ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 100 ପାର, ପୁଣି 6 ଜଣଙ୍କର ମୃତ୍ୟୁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ଥମିବାର ନାଁ ଧରୁନାହିଁ । ଆଜି ରାଜ୍ୟରେ 6 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡାରୁ 1, କଟକରୁ 1, ଗଜପତିରୁ 1, ଜଗତସିଂହପୁରରୁ 1, ଖୋର୍ଦ୍ଧାରୁ 1, ରାୟଗଡ଼ାରୁ 1 ଲେଖାଁଏ କରୋନା ଆକ୍ରାନ୍ତ ରୋଗୀ ରହିଛନ୍ତି ।

ତେବେ ଏହି ମୃତ ହୋଇଥିବା 6 ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ଜଣେ 63 ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ପୀଡିତ ଥିଲେ । କଟକର ଜଣେ 26 ବର୍ଷୀୟା ମହିଳା ଅଛନ୍ତି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଜଗତସିଂହପୁରର ଜଣେ 58 ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ଯିଏକି କ୍ୟାନସରରେ ପୀଡ଼ିତ ଥିଲେ । ସେହିପରି ଖୋର୍ଦ୍ଧାରେ ଜଣେ 75 ବର୍ଷିୟ ଓ ରାୟଗଡ଼ାରେ 74 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷରେ ଗଜପତିରେ 68 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।


ସେୟାର କରନ୍ତୁ