ରୁମର୍ଡ ଗର୍ଲଫ୍ରେଣ୍ଡଙ୍କ ସହିତ ଧାନ ଚାଷ କରୁଥିବାର ନଜରରେ ଆସୁଛନ୍ତି ସଲମାନ ଖାନ, ଏଠାରେ ଦେଖନ୍ତୁ ଭାଇରାଲ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜିକାଲି ସୋସିଆଲ ମିଡିଆରେ ସଲମାନ ଖାନ ବହୁତ ସକ୍ରିୟ ଅଛନ୍ତି ଏବଂ କରୋନା ମହାମାରୀ ମଧ୍ୟରେ ସେ କିପରି ନିଜକୁ ସକାରାତ୍ମକ ରଖୁଛନ୍ତି ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରୁଛନ୍ତି । ସଲମାନ ଖାନ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଯେ ସେ ନିଜ ଫାର୍ମର ଚାଷ ଜମିରେ କେମିତି ଧାନର ଫସଲ ଲଗାଉଛନ୍ତି ।

ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର କିଛି ବନ୍ଧୁ ଏବଂ ଶ୍ରମିକଙ୍କ ସହ ଧାନ ଲଗାଉ ଥିବାର ନଜରରେ ଆସୁଛନ୍ତି । ଏହି ଭିଡିଓରେ ସବୁଠାରୁ ବିଶେଷ କଥା ହେଉଛି ଏଥିରେ ସଲମାନ ଖାନଙ୍କ କଥିକ ଗର୍ଲଫ୍ରେଣ୍ଡ ଲୁଲିଆ ବଂନ୍ତୁର ମଧ୍ୟ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସଲମାନ କ୍ୟାପସନରେ ଲେଖିଛନ୍ତି ଯେ ‘ଧାନ ରୋଇବା ସମାପ୍ତ ହୋଇଛି ।’

View this post on Instagram

Rice plantation done . .

A post shared by Salman Khan (@beingsalmankhan) on

ସଲମାନ ଖାନ ଏହି ସମୟରେ ନିଜ କ୍ଷେତରେ ଚାଷ କରୁଛନ୍ତି । ଏହି ସମୟରେ ମଧ୍ୟ ସେ ନିଜ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ନିକଟରେ ସଲମାନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ସଲମାନ ଖାନ ଚାଷ ଜମିକୁ ରୋଇବା ପାଇଁ ସମତଳ କରୁଛନ୍ତି ।

View this post on Instagram

Farminggg

A post shared by Salman Khan (@beingsalmankhan) on

ସଲମାନ ଖାନ ତାଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ‘ଫାର୍ମିଙ୍ଗ’ । ଏହାପୂର୍ବରୁ ମଧ୍ୟ ସଲମାନ ଖାନ କ୍ଷେତ୍ରରେ କାମ କରୁଥିବାର ଦେଖାଯାଇଛନ୍ତି । ସେ ନିଜ ଫଟୋକୁ ଇନଷ୍ଟାଗ୍ରାମରେ ଅନେକ ଥର ସେୟାର କରିଛନ୍ତି । ତେବେ ଏଥିପାଇଁ ଏହାକୁ ନେଇକରି ତାଙ୍କୁ ଟ୍ରୋଲ ହେବାକୁ ପଡିଛି । ଏହି ଫଟୋରେ ସଲମାନ ଖାନ କାଦୁଅରେ ଭିଜାଇ ବସିଛନ୍ତି । ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ସଲମାନ ଖାନ ଲେଖିଛନ୍ତି ଯେ ‘ସମସ୍ତ ଚାଷୀଙ୍କୁ ସମ୍ମାନ କର’ ।


ସେୟାର କରନ୍ତୁ