ରାଜ୍ୟରେ ସୁସ୍ଥ ହେଲେ 400 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 13,309

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 400 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 13,309ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 400 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 137 ଜଣ, କଟକ ଜିଲ୍ଲାରୁ 58 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 46 ଜଣ, କୋରାପୁଟ ଜିଲ୍ଲାରୁ 41 ଜଣ, ଯାଜପୁର ଜିଲ୍ଲାରୁ 37 ଜଣ, କେନ୍ଦୁଝର ଜିଲ୍ଲାରୁ 14 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 10 ଜଣ, ମୟୂରଭଂଜ ଜିଲ୍ଲାରୁ 9 ଜଣ, ନୟାଗଡ଼ 7 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 7 ଜଣ, ବରଗଡ଼ 5 ଜଣ, ଜଗତସିଂହପୁର 5 ଜଣ, ସୋନପୁରରୁ 5 ଜଣ, ଅନୁଗୁଳ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ 4 ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ 3 ଜଣ, ଭଦ୍ରକ ଜିଲ୍ଲାରୁ 2 ଜଣ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ