ରାଜ୍ୟରେ 1320 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 24,013କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1320 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 24,013କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1320 ଜଣଙ୍କ ମଧ୍ୟରୁ 887 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 433 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1320 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ 6 ଜଣ, ବାଲେଶ୍ୱର ଜିଲ୍ଲାରୁ 23 ଜଣ, ବରଗଡ ଜିଲ୍ଲାରୁ 14 ଜଣ, ଭଦ୍ରକ ଜିଲ୍ଲାରୁ 28 ଜଣ, ବଲାଙ୍ଗୀର ଜିଲ୍ଲାରୁ 9 ଜଣ, କଟକ ଜିଲ୍ଲାରୁ 47 ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ 90 ଜଣ, ଗଞ୍ଜାମ ଜିଲ୍ଲାରୁ 560 ଜଣ, ଜଗତସିଂହପୁର ଜିଲ୍ଲାରୁ 3 ଜଣ, ଯାଜପୁର ଜିଲ୍ଲାରୁ 23 ଜଣ, ଝାରସୁଗୁଡା ଜିଲ୍ଲାରୁ 2 ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ 39 ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ 24 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 174 ଜଣ କୋରାପୁଟ ଜିଲ୍ଲାରୁ 30 ଜଣ, ନୟାଗଡ଼ ଜିଲ୍ଲାରୁ 38 ଜଣ, ନୂଆପଡ଼ା ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ 90 ଜଣ, ରାୟଗଡ଼ା ଜିଲ୍ଲାରୁ 65 ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ 47 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 24,013 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 8650ଟି ଆକ୍ଟିଭ କେସ୍ ରହିଅଛି ଏବଂ 15,200 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ