ରାଜ୍ୟରେ ସୁସ୍ଥ ହେଲେ 687 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 18060

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 687 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 18060ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 687 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ 307 ଜଣ, ଜଗତସିଂହପୁର ଜିଲ୍ଲାରୁ 59 ଜଣ, ଭଦ୍ରକ ଜିଲ୍ଲାରୁ 52 ଜଣ, ନୟାଗଡ଼ ଜିଲ୍ଲାରୁ 35 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 30 ଜଣ, ଯାଜପୁର ଜିଲ୍ଲାରୁ 25 ଜଣ, କଟକ ଜିଲ୍ଲାରୁ 24 ଜଣ, ଗଜପତି ଜିଲ୍ଲାରୁ 23 ଜଣ, ମାଲକାନଗିରି ଜିଲ୍ଲାରୁ 18 ଜଣ, କୋରାପୁଟ ଜିଲ୍ଲାରୁ 17 ଜଣ, କନ୍ଧମାଳ ଜିଲ୍ଲାରୁ 16 ଜଣ, କେନ୍ଦୁଝର ଜିଲ୍ଲାରୁ 14 ଜଣ, ବରଗଡ଼ ଜିଲ୍ଲାରୁ 12 ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ 11 ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ 10 ଜଣ, ଅନୁଗୁଳ ଜିଲ୍ଲାରୁ 5 ଜଣ, ନବରଙ୍ଗପୁର ଜିଲ୍ଲାରୁ 3 ଜଣ, କଳାହାଣ୍ଡି ଜିଲ୍ଲାରୁ 2 ଜଣ ଏବଂ ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।


ସେୟାର କରନ୍ତୁ