କେନ୍ଦ୍ରର ଗରିବ ମରଣା ନୀତିକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେଡିର ଗଣଧାରଣା

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ରାଜ୍ୟର ବିଭିର୍ନ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି l ଏହି କ୍ରମରେ ଆଜି ଗୁରୁବାର ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଗରିଗ କଲ୍ୟାଣ ଅର୍ଣ୍ଣ ଯୋଜନାରେ 5 କିଲୋ ଚାଉଳ କାଟିବା ବିରୋଧରେ ପରଜଙ୍ଗ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଥିଲା l ତେବେ ଏହି ଧାରଣାରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡ଼ାକ୍ତର ନୃସିଂହ ଚରଣ ସାହୁ ଯୋଗ ଦେଇଥିଲେ l ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବିଭିର୍ନ ଯୋଜନା କରି ଆସୁଥିବାବେଳେ କେନ୍ଦ୍ର ସରକାର ଗରିବ ମରଣା ନୀତି ଅବଲମ୍ବନ କରୁଛନ୍ତି l କେନ୍ଦ୍ର ସରକାର ଅଥବା ମୋଦି ସରକାର 5 କିଲୋ ଚାଉଳ କାଟିଛନ୍ତି l ଏହି 5 କିଲୋ ଚାଉଳ କେମିତି ଗରିବ ଲୋକ ପୁଣି ପାଇ ପାଇପାରିବେ, ସେଥିପାଇଁ ଆଜିର ଏ ଗଣଧାରଣା ବୋଲି ବିଧାୟକ କହିଛନ୍ତି l ଏହାପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି l

ସେଇଭଳି ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ବିଳାସିନୀ ସେଠୀ 3 ନଂ ଜୋନ ପରଜଙ୍ଗର ଜିଲ୍ଲାପରିଷଦ ସଭ୍ୟା ତଥା ଉପସଭାନେତ୍ରୀ ଜିଲ୍ଲାପରିଷଦ ଢେଙ୍କାନାଳ, ଯୁବ ନେତା ଇଂ ଅସିତ କୁମାର ରାୟଚୌଧୁରୀ (ଚିଣ୍ଟୁ ), ପରଜଙ୍ଗ 2 ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନିରାକାର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲା ମହିଳା ଉପସଭାନେତ୍ରୀ ସିଷ୍ଟର ନିବେଦିତା, ମମତା ପାଣି, ବିଜେଡି ନେତା କୃଷ୍ଣ ପାତ୍ର ଏବଂ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ତଥା ମିଡ଼ିଆ ସେଲ ପ୍ରେମାନନ୍ଦ ସାହୁଙ୍କ ସମେତ ଧାରଣାରେ ଉପସ୍ଥିତ ରହିଥିଲେ l ଏତଦ ବ୍ୟତୀତ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l


ସେୟାର କରନ୍ତୁ