ସାରା ଅଲି ଖାନ ଏହି ଅନ୍ଦାଜରେ ଯୋଗ କରୁଥିବା ଆସୁଛନ୍ତି ନଜର, ବହୁତ ଭାଇରାଲ ହେଉଛି Photo

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାରା ଅଲି ଖାନ (Sara Ali Khan) ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯେକି ଫିଲ୍ମରେ ଧମାଲ ମଚାଇବା ସହ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସା ପାଇଥାନ୍ତି । ସୋସିଆଲ ମିଡିଆରେ ସାରା ଅଲି ଖାନଙ୍କର ବହୁତ ପ୍ରଶଂସକ ଅଛନ୍ତି । ତାଙ୍କର ଫଟୋ କିମ୍ବା ଭିଡିଓ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ସାରା ଅଲି ଖାନ ମଧ୍ୟ ନିୟମିତ ବ୍ୟବଧାନରେ ଫଟୋ ପୋଷ୍ଟ କରିଥା’ନ୍ତି । ସେ ପୁଣି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସୁଛନ୍ତି । ସାରା ଅଲି ଖାନଙ୍କ ଏହି ଫଟୋରେ ପ୍ରଶଂସକଙ୍କ ବହୁତ ପ୍ରତିକ୍ରିୟା ଆସୁଅଛି ।

ଫଟୋରେ ସାରା ଅଲି ଖାନଙ୍କୁ (Sara Ali Khan) ଦେଖିବାକୁ ମିଳେ ଯେ ସେ ନାଲି ରଙ୍ଗର କାଜୁଆଲ୍ ଡ୍ରେସରେ ଯୋଗ କରୁଛନ୍ତି । ତାଙ୍କର ଫଟୋକୁ ଏକ ଘଣ୍ଟାରେ 5 ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି । ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ମୁହଁରେ ମାକ୍ସ ଲଗାଇ ବହୁ ବେଗରେ ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିଲା । ସାରା ଅଲି ଖାନଙ୍କ ଏହି ଅନ୍ଦାଜକୁ ମଧ୍ୟ ପ୍ରଶଂସକମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

View this post on Instagram

Sapphire Skies 🌌 🦋 Time Flies🪁🧿

A post shared by Sara Ali Khan (@saraalikhan95) on

ସାରା ଅଲି ଖାନଙ୍କୁ (Sara Ali Khan) କାର୍ତ୍ତିକ ଆର୍ଯ୍ୟଙ୍କ ବିପକ୍ଷରେ ଲଭ୍ ଆଜ୍ କାଲ୍ ଫିଲ୍ମରେ ଦେଖିବାକୁ ମିଳିଥିଲା । କହିବାକି ଫିଲ୍ମ ‘କେଦାରନାଥ’ ସାରା ଅଲି ଖାନଙ୍କ ଡେବ୍ୟୁ ଫିଲ୍ମ ଥିଲା, ଯେଉଁଥିପାଇଁ ସେ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲେ । ଏହା ବ୍ୟତୀତ ସାରା ଅଲି ଖାନ ଖୁବ ଶୀଘ୍ର ଫିଲ୍ମ ‘କୁଲି ନମ୍ବର ୱାନ’ ଏବଂ ‘ଅନ୍ତରଙ୍ଗି’ରେ ନଜର ଆସିବେ । ବରୁଣ ଧାୱନଙ୍କ ସହ କୁଲି ନମ୍ବର ୱାନରେ ସାର ଅଲି ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ, ସେତେବେଳେ ଅଭିନେତ୍ରୀ ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ ଅନ୍ତରଙ୍ଗିରେ ମୁଖ୍ୟ ଭୂମିକାରେ ନଜର ଆସିବେ ।


ସେୟାର କରନ୍ତୁ