Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ 771 ଲୋକଙ୍କର ମୃତ୍ୟୁ, 18 ଲକ୍ଷରୁ ବେଶି ହେଲେ ସଂକ୍ରମିତ ରୋଗୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନାର ଗତି ବନ୍ଦ ହେବାର ନାମ ନେଉନାହିଁ । ଆଜି ଦେଶରେ କରୋନା ମାମଲା 18 ଲକ୍ଷ 3 ହଜାର 695 କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ 5 ଲକ୍ଷ 67 ହଜାର 730 ସକ୍ରିୟ ମାମଲା ଅଛି ଏବଂ 11 ଲକ୍ଷ 86 ହଜାର 203 ଲୋକ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଏହି ଭାଇରସ କାରଣରୁ ଏପର୍ଯ୍ୟନ୍ତ 38 ହଜାର 135 ଜଣଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ 52 ହଜାର 971 ଟି ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 771 ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ସୁସ୍ଥ ଲୋକଙ୍କ ହାର 65.44 ପ୍ରତିଶତ ରହିଛି ।


ସେୟାର କରନ୍ତୁ