ଶିଳ୍ପା ଶେଟ୍ଟୀ ଜିମରେ ଆରମ୍ଭ କରିଲେ ଏକ୍ସରସାଇଜ, ଭିଡିଓ ପୋଷ୍ଟ କରି କହିଲେ- ଜୀବନକୁ ଫେରିବାକୁ ପ୍ରସ୍ତୁତ…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଅନ୍ଦାଜ ପାଇଁ ଜଣାଶୁଣା । ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହିତ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ସହ ଯୋଡି ହୋଇଥାନ୍ତି । ଶିଳ୍ପା ଶେଟ୍ଟୀ ନିଜର ଡ୍ୟାନ୍ସ ତଥା ଫିଟନେସକୁ ନେଇକରି ଖୁବ ଚର୍ଚାରେ ରହିଥାନ୍ତି । ନିକଟରେ ଶିଳ୍ପା ଶେଟ୍ଟୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଶିଳ୍ପା ଶେଟ୍ଟୀ ଜିମରେ କାନ୍ଧର ଏକ ଏକ୍ସରସାଇଜ କରୁଥିବା ନଜରରେ ଆସିଛନ୍ତି । ଶିଳ୍ପାଙ୍କ ଏହି ଭିଡିଓକୁ ନେଇ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଇଛନ୍ତି ।

ଶିଳ୍ପା ଶେଟ୍ଟୀ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଆମ ଚାରିପାଖରେ ଥିବା ଦୁନିଆ ଧୀରେ ଧୀରେ ଖୋଲୁଛି ଏବଂ ଆମେ ନିଜ ଜୀବନକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛୁ । ତେଣୁ ଆଜିର ବ୍ୟାୟାମ ପିଠିର ମାଂସପେଶୀକୁ ମଜବୁତ କରିବା ଏବଂ ଶରୀରର ଉପର ଶକ୍ତି ବୃଦ୍ଧି କରିବା ପାଇଁ । କିନ୍ତୁ ଦୁଃଖିତ ହେବା ଅପେକ୍ଷା ସୁରକ୍ଷିତ ରହିବା ଭଲ । ” ପ୍ରଶଂସକମାନେ ଶିଳ୍ପା ଶେଟ୍ଟୀଙ୍କ ଏହି ଭିଡିଓ ଉପରେ ବହୁତ କମେଣ୍ଟ କରୁଛନ୍ତି ଏବଂ ସେମାନଙ୍କର ମତାମତ ଦେଉଛନ୍ତି ।

ଶିଳ୍ପା ଶେଟ୍ଟୀଙ୍କ ଵର୍କଫ୍ରଣ୍ଟର କଥା କହିବାତ ଏହି ଅଭିନେତ୍ରୀ ନିକାମା ଫିଲ୍ମ ମାଧ୍ୟମରେ ଅନେକ ବର୍ଷ ପରେ ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସାଥିରେ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଅଭିନେତ୍ରୀ ଖୁବ ଶୀଘ୍ର ଫିଲ୍ମ ‘ହଙ୍ଗାମା 2’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସାଥିରେ ମୁଖ୍ୟ ଭୂମିକାରେ ମେଜନ ଜାଫ୍ରି ଏବଂ ପରେଶ ରାୱଲ ନଜର ଆସିବେ ।


ସେୟାର କରନ୍ତୁ