ରାଜ୍ୟରେ 2698 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 72718କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 2698 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 72718କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 2698 ଜଣଙ୍କ ମଧ୍ୟରୁ 1675 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 1023 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 2698 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 29 ଜଣ, ବାଲେଶ୍ବର ଜିଲ୍ଲାରୁ 102 ଜଣ, ବରଗଡ ଜିଲ୍ଲାରୁ 56 ଜଣ, ଭଦ୍ରକ ଜିଲ୍ଲାରୁ 89 ଜଣ, ବଲାଙ୍ଗୀର ଜିଲ୍ଲାରୁ 71 ଜଣ, ବୌଦ୍ଧ ଜିଲ୍ଲାରୁ 11 ଜଣ, କଟକ ଜିଲ୍ଲାରୁ 207 ଜଣ, ଦେଓଗଡ ଜିଲ୍ଲାରୁ 2 ଜଣ, ଢେଙ୍କାନାଳ ଜିଲ୍ଲାରୁ 27 ଜଣ, ଗଜପତି ଜିଲ୍ଲାରୁ 58 ଜଣ, ଗଞ୍ଜାମ ଜିଲ୍ଲାରୁ 162 ଜଣ, ଜଗତସିଂହପୁର ଜିଲ୍ଲାରୁ 21 ଜଣ, ଯାଜପୁର ଜିଲ୍ଲାରୁ 80 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 72 ଜଣ, କଳାହାଣ୍ଡି ଜିଲ୍ଲାରୁ 49 ଜଣ, କନ୍ଧମାଳ ଜିଲ୍ଲାରୁ 81 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 89 ଜଣ, କେନ୍ଦୁଝର ଜିଲ୍ଲାରୁ 21 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 475 ଜଣ, କୋରାପୁଟ ଜିଲ୍ଲାରୁ 146 ଜଣ, ମାଲକାନଗିରି ଜିଲ୍ଲାରୁ 81 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 128 ଜଣ, ନବରଙ୍ଗପୁର ଜିଲ୍ଲାରୁ 91 ଜଣ, ନୟାଗଡ ଜିଲ୍ଲାରୁ 94 ଜଣ, ନୂଆପଡ଼ା ଜିଲ୍ଲାରୁ 3 ଜଣ, ପୁରୀ ଜିଲ୍ଲାରୁ 87 ଜଣ, ରାୟଗଡ଼ା ଜିଲ୍ଲାରୁ 154 ଜଣ, ସମ୍ବଲପୁର ଜିଲ୍ଲାରୁ 78 ଜଣ, ସୋନପୁର ଜିଲ୍ଲାରୁ 31 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 103 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 72718 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 23699ଟି ଆକ୍ଟିଭ କେସ୍ ରହିଅଛି ଏବଂ 48576 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ