ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି, ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତିଙ୍କ 84 ବର୍ଷ ବୟସରେ ଦେହାନ୍ତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି । ସୋମବାର ସନ୍ଧ୍ୟାରେ ପ୍ରଣବ ମୁଖାର୍ଜୀ 84 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିକଟରେ ପ୍ରଣବ ମୁଖାର୍ଜୀଙ୍କ ଠାରେ କରୋନା ପଜିଟିଭ୍ ମିଳିଥିଲା, ସେ ମଧ୍ୟ ଅସ୍ତ୍ରୋପଚାର ହୋଇ ଥିଲେ । ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରଣବ ମୁଖାର୍ଜୀ କରୋନା ଭାଇରସ ପଜିଟିଭ୍ ଥିବା ଜଣାପଡିଥିଲା ଏବଂ ତାଙ୍କର ନିକଟରେ ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ 10 ରେ ଦିଲ୍ଲୀର ଆରଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପରେ ଏହି ଅସ୍ତ୍ରୋପଚାର କରାଯାଇଥିଲା, ସେହି ସମୟରେ ସେ କରୋନା ପଜିଟିଭ୍ ବୋଲି ଜଣାଯାଇଥିଲା ।

ଗତ କିଛି ଦିନ ହେବ ବଡ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିଲା । ଯାହା ପରେ ସେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । 84 ବର୍ଷ ବୟସ୍କ ପ୍ରଣବ ମୁଖାର୍ଜୀ 2012 ମସିହାରେ ଦେଶର ରାଷ୍ଟ୍ରପତି ହୋଇଥିଲେ, 2017 ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଥିଲେ । 2019 ମସିହାରେ ତାଙ୍କୁ ଭରତ ରତ୍ନରେ ସମ୍ମାନିତ କରାଯାଇଥିଲା ।


ସେୟାର କରନ୍ତୁ