ରାଜ୍ୟରେ 3267 ନୂତନ କରୋନା ମାମଲା ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା 116678କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ସଂକ୍ରମଣରେ 3267 ନୂତନ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 116678କୁ ବୃଦ୍ଧି ପାଇଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 3267 ଜଣଙ୍କ ମଧ୍ୟରୁ 1961 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 1306 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 116678 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 28743ଟି ଆକ୍ଟିଭ କେସ୍ ରହିଅଛି ଏବଂ 87351 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ