Coronavirus: 24 ଘଣ୍ଟାରେ ଆସିଲା 91 ହଜାର କେସ, ଏପର୍ଯ୍ୟନ୍ତ 71,642 ଜଣଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ବ୍ରାଜିଲକୁ ପଛକୁ ଦେଇ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ହୋଇଯାଇଛି । ଏଠାରେ 42 ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 90,802 ନୂତନ ମାମଲା ରେକର୍ଡ ହୋଇଛି । ଏଥିସହିତ 1,016 ଲୋକ ପ୍ରାଣ ହରାଇଛନ୍ତି । ଦୁନିଆରେ ସବୁଠାରୁ ଅଧିକ ମାମଲା ଆମେରିକାରେ ରହିଅଛି । କିନ୍ତୁ ପ୍ରତିଦିନ ଆମେରିକା ଠାରୁ ଦୁଇ ଗୁଣ-ତିନି ଗୁଣ ମାମଲା ଭାରତରେ ଦେଖାଯାଉଛି ।

ବର୍ତ୍ତମାନ ଦେଶରେ ସଂକ୍ରମିତ ମୋଟ କରୋନା ସଂଖ୍ୟା 42 ଲକ୍ଷ 4 ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ 71,642 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 8 ଲକ୍ଷ 82 ହଜାରକୁ ବୃଦ୍ଧି ପାଇଛି ଏବଂ 32 ଲକ୍ଷ 50 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ସାଢେ ତିନି ଗୁଣ ଅଧିକ |


ସେୟାର କରନ୍ତୁ