Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ରେକର୍ଡ 96 ହଜାର 551 ମାମଲା ସାମ୍ନାକୁ ଆସିଲା, 76271 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଆମ ଦେଶରେ ଦୁନିଆର ଦ୍ରୁତତମ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ ସଂକ୍ରମଣର ରେକର୍ଡ 96 ହଜାର 551 ନୂଆ ମାମଲା ସାମ୍ନାକୁ ଆସିଅଛି । ତେବେ 1209 ଲୋକ ପ୍ରାଣ ହରାଇଛନ୍ତି । ଦେଶରେ 2 ସେପ୍ଟେମ୍ବରରୁ ଲଗାତାର ପ୍ରତିଦିନ ଏକ ହଜାରରୁ ଅଧିକ ମୃତ୍ୟୁ ହେଉଅଛି । ଭାରତ ଦୁନିଆରେ ଆମେରିକା ପରେ ଦ୍ୱିତୀୟ ନମ୍ବରରେ ଅଛି । କିନ୍ତୁ ପ୍ରତିଦିନ ଆମେରିକା ଠାରୁ ଅନେକ ଗୁଣ କରୋନା ମାମଲା ଭାରତରେ ଦେଖିଆବାକୁ ମିଳୁଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ 45 ଲକ୍ଷ 62 ହଜାର 415 ହୋଇଅଛି । ଏଥିମଧ୍ୟରୁ 76,271 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 9 ଲକ୍ଷ 43 ହଜାର 280କୁ ବୃଦ୍ଧି ପାଇଛି ଏବଂ 35 ଲକ୍ଷ 42 ହଜାର 663 ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।


ସେୟାର କରନ୍ତୁ