Coronavirus: ଦେଶରେ ଆକ୍ଟିଭ କେସ 15 ହଜାର ତଳେ, 24 ଘଣ୍ଟାରେ ସାମ୍ନାକୁ ଆସିଲା 1 ହଜାର 233 ନୂଆ କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 1 ହଜାର 233 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 31 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 1 ହଜାର 876 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ହଜାର 233
ଏପର୍ଯ୍ୟନ୍ତ ମୋଟ ମାମଲା – 4 କୋଟି 30 ଲକ୍ଷ 23 ହଜାର 215

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 1 ହଜାର 876
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -4 କୋଟି 24 ଲକ୍ଷ 87 ହଜାର 410

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 31
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 5 ଲକ୍ଷ 21 ହଜାର 101

ମୋଟ ଆକ୍ଟିଭ କେସ- 14 ହଜାର 704

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 29 ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 78 କୋଟି 85 ଲକ୍ଷ 56 ହଜାର 935 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 6 ଲକ୍ଷ 24 ହଜାର 022 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 183 କୋଟି 82 ଲକ୍ଷ 41 ହଜାର 743 ଡୋଜ ଟିକା ଦିଆଯାଇଛି । ଗତକାଲି 26 ଲକ୍ଷ 34 ହଜାର 080 ଡୋଜ ଟୀକା ଦିଆଯାଇଛି ।


ସେୟାର କରନ୍ତୁ