Coronavirus: ଦେଶରେ କରୋନାରେ 80 ହଜାର ମୃତ୍ୟୁ, ଏପର୍ଯ୍ୟନ୍ତ ପାଖାପାଖି 50 ଲକ୍ଷ ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ରେକର୍ଡ ସ୍ତରକୁ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ 80 ହଜାରରୁ ବେଶି କରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ରୋଗୀଙ୍କ ସଂଖ୍ୟା 50 ଲକ୍ଷ ପାଖାପାଖି ପହଞ୍ଚିଲାଣି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 83,809 ନୂଆ ମାମଲା ସାମ୍ନାକୁ ଆସିଅଛି । ଏହା ପୂର୍ବରୁ ଦେଶରେ 11 ସେପ୍ଟେମ୍ବରରେ ରେକର୍ଡ 97,570 ସଂକ୍ରମଣର ମାମଲା ଦର୍ଜ ହୋଇଥିଲା । ତେବେ 24 ଘଣ୍ଟାରେ 1054 ଲୋକ ପ୍ରାଣ ହରାଇଛନ୍ତି । ଦେଶରେ 2 ସେପ୍ଟେମ୍ବରରୁ ଲଗାତାର ପ୍ରତିଦିନ ଏକ ହଜାରରୁ ବେଶି ଲୋକଙ୍କର ମୃତ୍ୟୁ ହେଉଅଛି । ଭଲ ଖବର ଏହା କି 24 ଘଣ୍ଟାରେ 79,292 ରୋଗୀ ଠିକ ମଧ୍ୟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ମୋଟ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ 49 ଲକ୍ଷ 30 ହଜାର ହୋଇଯାଇଅଛି । ଏଥିମଧ୍ୟରୁ 80,776 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 9 ଲକ୍ଷ 90 ହଜାର ହୋଇଅଛି ଏବଂ 38 ଲକ୍ଷ 59 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣ ଅଧିକ ଅଟେ ।


ସେୟାର କରନ୍ତୁ