Coronavirus: ଦେଶରେ କରୋନା ମାମଲା 50 ଲକ୍ଷ ପାର, ଏପର୍ଯ୍ୟନ୍ତ 82 ହଜାର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ରୋଗୀଙ୍କ ମୋଟ ସଂଖ୍ୟା 50 ଲକ୍ଷ ପାର ହୋଇଅଛି । ପୂର୍ବ 11 ଦିନରେ 10 ଲକ୍ଷ ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 90,123 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 1290 ଲୋକଙ୍କର ଜୀବନ ଯାଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ମୋଟ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ 50 ଲକ୍ଷ 20 ହଜାର ହୋଇଯାଇଅଛି । ଏଥିମଧ୍ୟରୁ 82,066 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 9 ଲକ୍ଷ 95 ହଜାର ହୋଇଅଛି ଏବଂ 39 ଲକ୍ଷ 42 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ହୋଇଛନ୍ତି । ପୂର୍ବ 24 ଘଣ୍ଟାରେ 82,961 ରୋଗୀ ଠିକ ହୋଇଛନ୍ତି ।o


ସେୟାର କରନ୍ତୁ