ନୋରା ଫତେହିଙ୍କର ଏହି ସୌନ୍ଦର୍ଯ୍ୟ ଦେଖି କେହି ବି ପ୍ରଶଂସା ନ କରି ରହି ପାରିବ ନାହିଁ …ଦେଖନ୍ତୁ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନିଜର ସୌନ୍ଦର୍ଯ୍ୟ ଏବଂ ଡ୍ୟାନ୍ସ ପାଇଁ ସମସ୍ତଙ୍କ ହୃଦୟ ଜିତୁଥିବା ଦିଲବର୍ ଝିଅ ନୋରା ଫତେହି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ନୋରା ନିଜର ପ୍ରଶଂସକଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକରୁ ଅଧିକ ଛବି ସେୟାର କରନ୍ତି । ନିକଟରେ ନୋରା ଇନଷ୍ଟାଗ୍ରାମରେ ନିଜର କିଛି ଛବି ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଦିଲଖୁସ ଭଳି ଦେଖାଯାଉଛନ୍ତି । ଏହି ଫଟୋଗୁଡ଼ିକରେ ନୋରା ଏତେ ହଟ ଏବଂ ଚମତ୍କାର ଦେଖାଯାଉଛନ୍ତି ଯେ ତାଙ୍କ ଉପରେ କେହି ମଧ୍ୟ ଫିଦା ହୋଇ ଯିବେ ।

ଏହି ଫଟୋଗୁଡ଼ିକରେ ନୋରା ଏକ ହଟ ଲାଲ ରଙ୍ଗର ଶିମର୍ ଡ୍ରେସ ପିନ୍ଧିଛନ୍ତି, ଯାହା ସହିତ ସେ କେବଳ ଛୋଟ କାନଫୁଲ ପିନ୍ଧିଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ଡ୍ରେସ ସହିତ କୌଣସି ଭାରୀ ଅଳଙ୍କାର ପିନ୍ଧି ନାହାଁନ୍ତି । ସରଳ ଲୁକରେ ମଧ୍ୟ ଅଭିନେତ୍ରୀ ଚମତ୍କାର ଦେଖାଯାନ୍ତି ।

View this post on Instagram

🍒🍒

A post shared by Nora Fatehi (@norafatehi) on

View this post on Instagram

🍓🍓

A post shared by Nora Fatehi (@norafatehi) on

ବାସ୍ତବରେ, ଆପଣ ନୋରାଙ୍କ ବିଷୟରେ ଗୋଟିଏ କଥା ନିଶ୍ଚୟ ଜାଣିଥିବେ, ସେ କେତେ ବଡ଼ ବେଲି ଡ୍ୟାନ୍ସର ଅଟନ୍ତି । ନୋରା ଦର୍ଶକଙ୍କ ହୃଦୟରେ ନିଜର ଖାସ ଜାଗା ବନାଇଥିଲେ ରିଅଲିଟି ସୋ ‘ବିଗ୍ ବସର ସିଜନ 9’ରୁ ଆସିବା ପରେ । ସଲମାନ ଖାନଙ୍କ ଏହି ଶୋ’ରେ ଅଂଶଗ୍ରହଣ କରିବା ପରେ ଲୋକମାନେ ନୋରାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ । ଉଲ୍ଲେଖଥାଉ କି, ନୋରା ଝଲକ ଦିଖଲା ଜା -9 ରେ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କୁ ‘ଦିଲବର’ ଗୀତ ଅଧିକ ଲୋକପ୍ରିୟ କରାଇଥିଲା ।

ଜନ୍ ଅବ୍ରହାମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ର ‘ଦିଲବର୍’ ଗୀତ ନୋରାକୁ ଏତେ ପ୍ରସିଦ୍ଧ କରିଥିଲା ​​ଯେ ସେ ଦିଲବର୍ ଗାର୍ଲ ଭାବରେ ପରିଚିତ ହୋଇଥିଲେ । ଉଲ୍ଲେଖଥାଉ କି, ନୋରା ‘ଦିଲବର’ ବ୍ୟତୀତ ଆହୁରି ମଧ୍ୟ ହିଟ୍ ନମ୍ବର ଦେଇଛନ୍ତି । ଯେସେ ଗର୍ମୀ, କମରିୟା ହିଲା ଦେ, ଏକ ତୋ କମ ଜିଁନଦେଗୀ । ଏହା ବ୍ୟତୀତ ନୋରା ନିକଟରେ ଭିକି କୌଶଲଙ୍କ ସହ ‘ପଛତାଉଗେ’ରେ ମଧ୍ୟ ଦେଖାଦେଇଥିଲେ । ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।


ସେୟାର କରନ୍ତୁ