Coronavirus: ଦେଶରେ 24 ଘଣ୍ଟାରେ ଆସିଲା 55,342 ନୂଆ କେସ, 706 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଥମିବାର ନାମ ନେଉନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 55,342 ଟି ନୂଆ କରୋନା ମାମଲା ରୁଜୁ ହୋଇଛି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରେ 706 ରୋଗୀଙ୍କର ଜୀବନ ଯାଇଅଛି ।

ଦେଶରେ ସଂକ୍ରମିତ ମୋଟ କରୋନା ସଂଖ୍ୟା 71 ଲକ୍ଷ 75 ହଜାର ସଂଖ୍ୟା ଅତିକ୍ରମ କରିଛି । ଏଥିମଧ୍ୟରୁ ଏକ ଲକ୍ଷ 9 ହଜାର 856 ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ରିକବରୀ ମାମଲା ସଂଖ୍ୟା 62 ଲକ୍ଷରୁ ଅଧିକ ଏବଂ ସକ୍ରିୟ ମାମଲା ସଂଖ୍ୟା 8,38,729 କୁ ହ୍ରାସ ପାଇଛି । ରିକବରୀ ହୋଇଥିବା ଲୋକଙ୍କ ସଂଖ୍ୟା ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ଛଅ ଗୁଣରୁ ଅଧିକ । ଏବେ ଲଗାତାର ଦେଶରେ ନୂତନ ରିକବରୀ ମାମଲାର ସଂଖ୍ୟା ନୂଆ କରୋନା ମାମଲା ଅପେକ୍ଷା ଅଧିକ ଆସୁଅଛି ।


ସେୟାର କରନ୍ତୁ