କଳିଙ୍ଗା ଘାଟି ବସ ଦୁର୍ଘଟଣା : ମୃତକଙ୍କ ପରିବାରଙ୍କ ପ୍ରତି ଟ୍ୟୁଟି ଯୋଗେ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ମଙ୍ଗଳବାର-ବୁଧବାରା ରାତିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘାଟିରେ ବସ୍‌ଟି ଓଲଟିପଡ଼ିବାରୁ ଏପର୍ଯ୍ୟନ୍ତ 6 ଜଣଙ୍କର ମୃତ୍ୟୁ ହୋଇଅଛି । ସେମାନଙ୍କ ମଧ୍ୟରେ 4 ପୁରୁଷ ଓ 2 ମହିଳା ଥିବା ପୁଲିସ ସୂଚନା ଦେଇଥିଲା । ମୃତକମାନେ ହାଓଡା ଜିଲ୍ଲାର ବୋଲି ଜଣାପଡ଼ିଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି ।

ତେବେ ଆହତମାନଙ୍କର ମଧ୍ୟରୁ 15 ଜଣ ଗୁରୁତର ଅବସ୍ଥାରେ ଥିବାବେଳେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ 77 ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଘଟଣା ପରେ ଏବେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ କରିଛନ୍ତି ଯେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହେତୁ ଲୋକଙ୍କ ଜୀବନ ଯାଇଥିବାରୁ ମୁଁ ବହୁତ ଦୁଃଖିତ । ଏହି ଦୁଃଖଦ ସମୟ ମଧ୍ୟରେ ମୁଁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି ଯେ, ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ।

ସୂଚନା ଥାଉକି, ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ଗଂଜାମ ଜିଲ୍ଲା ଭଞ୍ଜନଗର ଓ ଜି ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଗୁରୁତରମାନଙ୍କୁ ତୁରନ୍ତ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ମୃତଦେହ ଗୁଡ଼ିକ ଜବତ କରି ଘଟଣାର ତଦନ୍ତ କରୁଛି ।


ସେୟାର କରନ୍ତୁ