ମାଧୁରୀ ଦୀକ୍ଷିତଙ୍କୁ ବଞ୍ଚାଇବା ପାଇଁ ଗୁଣ୍ଡା ମାନଙ୍କ ସହ ଲାଗିଲେ ଅମିତାଭ ବଚ୍ଚନ ଓ ଗୋବିନ୍ଦା, ଅଭିନେତ୍ରୀ ସେୟାର କଲେ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜିକାଲି ସୋସିଆଲ ମିଡିଆରେ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । କେବେ ନିଜର ଡ୍ୟାନ୍ସ ଭିଡିଓ ଏବଂ କେବେ ସେ ଅଭିନୟ ପୋଷ୍ଟ ମାଧ୍ୟମରେ, ସେ ଅନେକ ପ୍ରଶଂସା ପାଇଥାନ୍ତି । ଅଭିନେତ୍ରୀ ପୁଣିଥରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେହି ସମୟର କାହାଣୀ ମଧ୍ୟ କହିଛନ୍ତି । ମାଧୁରୀ ଦୀକ୍ଷିତ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର (Bade Miyan Chote Miyan) ଏକ ମଜାଦାର ଭିଡିଓ କ୍ଲିପ ସେୟାର କରିଛନ୍ତି । ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦା ସମସ୍ତଙ୍କୁ କମେଡି ଟାଇମିଙ୍ଗରେ ସମସ୍ତଙ୍କୁ ହସିବା ପାଇଁ ମଜବୁର କରିଦେଇଥିଲେ ।

ମାଧୁରୀ ଦୀକ୍ଷିତ ଏହି ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର 22 ବର୍ଷ ପୂରଣ କରିବାର ଆନନ୍ଦରେ ସେୟାର କରିଥିଲେ । ଏହି ଦୃଶ୍ୟରେ ଏହା ଦେଖିବାକୁ ମିଳେ ଯେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦା ଫିଲ୍ମର ସୁଟିଂକୁ ସତ ଭାବିକରି ଗୁଣ୍ଡା ମାନଙ୍କ ସହ ଫାଇଟିଂ କରିଥାନ୍ତି । ତେବେ ଏହି ଦୃଶ୍ୟରେ ଉଭୟଙ୍କୁ ମାଧୁରୀ ଦୀକ୍ଷିତଙ୍କୁ ଗୁଣ୍ଡା ମାନଙ୍କ ଠାରୁ ରକ୍ଷା କରିବାକୁ ପଡିଥିଲା ।

ମାଧୁରୀ ଦୀକ୍ଷିତ ଭିଡିଓର କ୍ୟାପସନରେ ଲେଖିଛନ୍ତି: ” ବଡେ ମିଆଁ ଛୋଟେ ମିଆଁଙ୍କ ଏହି ଦୃଶ୍ୟ ଏବେ ମଧ୍ୟ ମୋତେ ହସାଇଥାଏ । ଅମିତାଭ ବଚ୍ଚନ ଜୀ, ଗୋବିନ୍ଦା ଜୀ, ଡେଭିଡ ଧାୱନ ସାର୍ ଏବଂ ପୁରା ଦଳ ସହ କାମ କରିବା ଏହା ଏକ ଭଲ ଅନୁଭୂତି ଥିଲା ।” ମାଧୁରୀ ଦୀକ୍ଷିତଙ୍କ ଏହି ପୋଷ୍ଟକୁ ନେଇ ୟୁଜର ମାନଙ୍କ ଠାରୁ ଜମକର ପ୍ରତିକ୍ରିୟା ଆସୁଅଛି । କହିବାକି ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦା ଡବଲ ଭୂମିକା ଗ୍ରହଣ କରିଛନ୍ତି । ଏହି ଫିଲ୍ମ 1998 ମସିହାରେ ମୁକ୍ତିଲାଭ କରିଥିଲା ​​।


ସେୟାର କରନ୍ତୁ