Coronavirus: ଦେଶରେ ଦେଢ଼ ମାସ ପରେ 8 ଲକ୍ଷରୁ କମ ହେଲା ଆକ୍ଟିଭ କେସ, ପୂର୍ବ 24 ଘଣ୍ଟାରେ ଆସିଲା 62 ହଜାର ନୂତନ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଏବେ ତଳକୁ ଖସୁ ଥିବାର ଦେଖାଯାଉଛି । ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ କରୋନା ଭାଇରସ ଆକ୍ଟିଭ ମାମଲା 8 ଲକ୍ଷକୁ ଖସି ଆସିଛି । ଏଥି ସହିତ ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 62,212 ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ 70,816 ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ତେବେ 837 ରୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ଦେଶରେ 74 ଲକ୍ଷରୁ ଅଧିକ ସଂକ୍ରମିତ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ସଂକ୍ରମିତ ମୋଟ କରୋନା ରୋଗୀଙ୍କ ସଂଖ୍ୟା 74 ଲକ୍ଷ 32 ହଜାର ଅତିକ୍ରମ କରିଛି । ଏଥିମଧ୍ୟରୁ ଏକ ଲକ୍ଷ 13 ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଠିକ ହୋଇଥିବା ମାମଲା ସଂଖ୍ୟା 65 ଲକ୍ଷ 24 ହଜାରରେ ପହଞ୍ଚିଛି ଏବଂ ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 95 ହଜାରକୁ ଖସି ଆସିଛି । ଠିକ ହୋଇଥିବା ଲୋକଙ୍କ ସଂଖ୍ୟା ସଂକ୍ରମଣର ଆକ୍ଟିଭ ମାମଲା ଅପେକ୍ଷା ଆଠ ଗୁଣ ଅଧିକ ।


ସେୟାର କରନ୍ତୁ