Chhalaang Trailer: ରାଜକୁମାର ରାଓଙ୍କ ଫିଲ୍ମ ‘ଛଲାଙ୍ଗ’ର ଟ୍ରେଲର ରିଲିଜ, ଆସୁ ଆସୁ ଛାଇଗଲା ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ନୁସରତ ଭରୁଚାଙ୍କ ଆଗାମୀ ଫିଲ୍ମ ଛଲାଙ୍ଗର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚାରେ ରହିଆସିଛି । କିନ୍ତୁ ଶନିବାର ଦିନ ନିର୍ମାତା ଏହି ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି । ରାଜକୁମାର ରାଓ ଏବଂ ନୁସରତ ଭରୁଚାଙ୍କ ବ୍ୟତୀତ ମହମ୍ମଦ ଜିଶାନ ଆୟୁବ ଦମଦାର ଭୂମିକାରେ ଅଛନ୍ତି ।

ଛଲାଙ୍ଗ ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ ରାଜକୁମାର ରାଓ ଏବଂ ମହମ୍ମଦ ଜିଶାନ ଆୟୁବ କ୍ରୀଡ଼ା ଶିକ୍ଷକ ଭୂମିକାରେ ଥିବାବେଳେ ନୁସରତ ଭରୁଚା କମ୍ପ୍ୟୁଟର ଶିକ୍ଷକ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ହରିୟାଣାର ଗ୍ରାମୀଣ ପରିବେଶ ଉପରେ ଆଧାରିତ । ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ ରାଜକୁମାର ରାଓ ଏବଂ ଜିଶାନ ଆୟୁବ କମ୍ପ୍ୟୁଟର ଶିକ୍ଷକ ନୁସରତ ଭରୁଚାଙ୍କୁ ଇମ୍ପ୍ରେସ କରିବାରେ ବ୍ୟସ୍ତ ଅଛନ୍ତି । ପରେ ଉଭୟଙ୍କ ମଧ୍ୟରେ ପ୍ରାଇଡର କଥା ଆସେ ଏବଂ ଶ୍ରେଷ୍ଠ ଗୁରୁ ହେବା ପାଇଁ ଦୁହିଁଙ୍କ ମଧ୍ୟରେ କମ୍ପିଟେସନ ଆରମ୍ଭ ହୁଅଯାଏ ।

ରାଜକୁମାର ରାଓଙ୍କ ଏହି ଫିଲ୍ମ ‘ଛଲାଙ୍ଗ’ର ନିର୍ଦ୍ଦେଶନା ଦେଇଛନ୍ତି ହାନସାଲ ମେହେଟ୍ଟା । ଏହାପୂର୍ବରୁ ସେ ସହିଦ, ସିଟି ଲାଇଟ୍ସ , ଅଲିଗଡ, ସିମରନ୍ ଭଳି ଉତ୍କୃଷ୍ଟ ଫିଲ୍ମ ନିର୍ମାଣ କରିଛନ୍ତି । ଏହି ଫିଲ୍ମଟି ଭୂଷଣ କୁମାର, ଲବ ରଂଜନ ଏବଂ ଅଜୟ ଦେବଗନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଫିଲ୍ମଟି ଆଗାମୀ ନଭେମ୍ବର 13 ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ