ମାଲ୍‌ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟିରେ କେଉଁ ଜଣାଶୁଣା ଗାୟିକା ପ୍ରଥମ ଥରପାଇଁ ନଜର ଆସିବେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ଭୁବନେଶ୍ବର: ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ମାଲ୍‌ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି ଆଜି ରିଲିଜ୍‌ ହେଉଛି । ଏହା ଏକ ବିଗ୍‌ ବ୍ୟାନର ସିନେମା । ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ଲୋକପ୍ରିୟ ଅଭିନେତ୍ରୀ ଏଲିନା ପୁଣି ଥରେ ନାୟିକା ଭାବେ ଅଭିନୟ କରିଛନ୍ତି । ଆଗରୁ ଦର୍ଶକ ଏହି ଯୋଡିକୁ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ପାଇଥିଲେ ।

ଏହି ସିନେମା ଦୁଇଟି ହେଲା ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌ । ମାଲ୍‌ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟିରେ ତୃତୀୟ ଥର ପାଇଁ ସବ୍ୟ-ଏଲିନାକୁ ଦର୍ଶକ ଦେଖିବାକୁ ପାଇବେ ଏବଂ ଆଜି ରିଲିଜ୍‌ ହେଲେ ଏହି ଯୋଡ଼ି ହାଟ୍ରିକ୍‌ କରିବେ । ଏହି ସିନେମାରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ସଲିଲ ମିତ୍ର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା ରମେଶ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ମାଲ୍‌ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି ଜରିଆରେ ପ୍ରଥମ ଥରପାଇଁ ପରଦାଉପରେ ଜଣାଶୁଣା ଗାୟିକା ଅସୀମା ପଣ୍ଡା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ଫିଲ୍ମର ପ୍ରଯୋଜକ ନବୀନ ଭଣ୍ଡାରୀ । ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏହାର ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜିତ ମଜୁମଦାର୍‌ ।


ସେୟାର କରନ୍ତୁ