ପ୍ରିୟଙ୍କା ଚୋପ୍ରା ବହୁ ଦିନ ପରେ ଏହି ଫିଲ୍ମରେ ଦେଖା ଦେବେ, ନେଟଫ୍ଲିକ୍ସ ଜାରି କଲା ପ୍ରଥମ ଟ୍ରେଲର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବହୁ ଦିନ ପରେ ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘ଦି ହ୍ୱାଇଟ ଟାଇଗର’ ମାଧ୍ୟମରେ ଦର୍ଶକଙ୍କ ନିକଟରେ ନଜର ଆସିବାକୁ ଯାଉଛନ୍ତି । ନେଟଫ୍ଲିକ୍ସ ଦି ହ୍ୱାଇଟ ଟାଇଗର ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ କରିଛି । ଏହି ଫିଲ୍ମର ବିଷୟବସ୍ତୁ 2008 ର ସର୍ବୋତ୍ତମ ଉପନ୍ୟାସ ଦି ହ୍ୱାଇଟ ଟାଇଗରରୁ ନିଆଯାଇଛି ।

ଅରବିନ୍ଦ ଅଡିଗାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ବହୁତ ଭଲ ବିକ୍ରି ହୋଇ ଥିଲା । ଏଥିରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ରାଜକୁମାର ରାଓ ଏବଂ ଆଦର୍ଶ ଗୌରବ ମଧ୍ୟ ଅଛନ୍ତି । ଏହି ଫିଲ୍ମର କାହାଣୀ ହେଉଛି ଭାରତରୁ ଯାତ୍ରା କରି ନିଜର ପତିଙ୍କ ସହିତ ଆମେରିକା ଆସିଥିବା ପ୍ରଥମ ପିଢ଼ିର ପ୍ରବାସୀ ପିଙ୍କି ମ୍ୟାଡାମଙ୍କର ଅଟେ ।

ବହୁ ଦିନ ପରେ ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମରେ ଆକ୍ଟିଙ୍ଗ କରିବାକୁ ଯାଉଛନ୍ତି
ଏହାପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରା ଫିଲ୍ମର ପ୍ରଥମ ଝଲକ ସେୟାର କରି ଲେଖିଥିଲେ, “ଏହି କାହାଣୀ ଏକ ପରିବାର ତଥା ଜଣେ ବ୍ୟକ୍ତି ବଳରାମ ହଲୱାଇଙ୍କ ବିଷୟରେ । ବଳରାମ ହଲୱାଇଙ୍କ ଭୂମିକାରେ ଆଦର୍ଶ ଗୌରବ ଅଭିନୟ କରିଛନ୍ତି । ଆଦର୍ଶ ଗୌରବ ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ ଯାହାଙ୍କ ସହିତ ମୁଁ କାମ କରିବାର ସୁଯୋଗ ପାଇଛି ଏବଂ ଦୀର୍ଘ ସମୟ ପରେ ମୋତେ ଏକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିବାର ସଯୋଗ ପାଇଛି । ଏକ ଛୋଟ ଗାଁରୁ ଆଧୁନିକ ଭାରତରେ ବଳରାମଙ୍କର ସଫଳ ବ୍ୟବସାୟ ଦର୍ଶାଏ ଯେ ଭୋକ ଏବଂ ସୁଯୋଗର ଅଭାବ ଜଣେ ବ୍ୟକ୍ତିଙ୍କୁ କିପରି ଜୀବିତ କରି ଜୀବନର ଧାରାକୁ ଠେଲି ଦେଇପାରେ । “

ଆସନ୍ତା ବର୍ଷ ଜାନୁଆରୀରେ ନେଟଫ୍ଲିକ୍ସରେ ଆସିବାକୁ ଯାଉଛି ‘ଦି ହ୍ୱାଇଟ ଟାଇଗର’
ରମିନ ବହରାନି ଏହି ଫିଲ୍ମର ନିର୍ଦ୍ଦେଶକ ଏବଂ ‘ଦି ହ୍ୱାଇଟ ଟାଇଗର’ ଆସନ୍ତା ବର୍ଷ ଜାନୁଆରୀରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ପିଙ୍କି ମ୍ୟାଡାମ୍ ଏବଂ ସ୍ୱାମୀଙ୍କ ନାମ ଅଶୋକ । ଅଭିନେତା ରାଜକୁମାର ରାଓ ତାଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି । ଉପନ୍ୟାସରେ ଭାରତର ବର୍ଗ ସଂଗ୍ରାମକୁ ବଳରାମଙ୍କ ଦୃଷ୍ଟିକୋଣରୁ ଚିତ୍ରଣ କରାଯାଇଛି । ନିମ୍ନ ଦର୍ଜୀ ସହରୀ ବଳରାମ ଧନୀ ଜମି ମାଲିକ ଏବଂ ତାଙ୍କ ପତ୍ନୀଙ୍କ ଡ୍ରାଇଭର ହୁଅନ୍ତି । କାହାଣୀଟି ଯେମିତି ଆଗକୁ ଆଗକୁ ଯାଉଛି ଘଟଣାର ଏକ ଚମତ୍କାର ମୋଡ଼ ସହିତ ଚରିତ୍ରମାନଙ୍କ ଜୀବନ ବଦଳିଯାଏ । ଉପନ୍ୟାସର କାହାଣୀ ଭାରତରେ ଦାରିଦ୍ର, ଦୁର୍ନୀତି ଏବଂ ସଂଘର୍ଷର ଆଲୋଚନା କରିଥାଏ ।


ସେୟାର କରନ୍ତୁ