‘ଦ ବିଗ ବୁଲ’ ପୋଷ୍ଟର ଆଉଟ, ଅଭିଷେକ ବଚ୍ଚନଙ୍କ ନୂଆ ଲୁକକୁ ଦେଖି ଦର୍ଶକଙ୍କ ମିଳୁଛି ପ୍ରତିକ୍ରିୟା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ ବୁଲ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଅଛି । ଅଭିଷେକ ବଚ୍ଚନ ନିଜେ ନିଜର ସୋସିଆଲ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି । ପୋଷ୍ଟର ଜାରି ହେବା ପରେ ଜୁନିୟର ବଚ୍ଚନଙ୍କ ଦର୍ଶକ ମାନେ ଭିର୍ନ ଭିର୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କେହି ତାଙ୍କ ଠାରୁ ଫିଲ୍ମ ‘ଗୁରୁ’ର ଭୂମିକାକୁ ଅପେକ୍ଷା କରିଛନ୍ତି ତ ଆଉ କେହି ତାଙ୍କର ପ୍ରତିଭାର ପ୍ରଂଶସା କରୁଛନ୍ତି । କିନ୍ତୁ ମୁଛ ପାଇଁ ଅଭିଷେକଙ୍କୁ ଅମିତାଭଙ୍କ ଠାରୁ ଅଲଗା ମଧ୍ୟ କରାଯାଉଛି ।

ପୋଷ୍ଟରରେ ଜୁନିୟର ବଚ୍ଚନ ସପନର ସୌଦାଗର ତୌର ପର ଦେଖାଯାଉଛନ୍ତି । ଫିଲ୍ମ 1992ରେ ଭାରତର ସବୁଠାରୁ ବଡ଼ ସେୟାର ବଜାର ଘୋଟାଲାର ପ୍ରଭାବିତ ହେଉଛି । ପୋଷ୍ଟରରେ ଜୁନିୟର ବଚ୍ଚନ ଗ୍ରେ ସୁଟ ଓ ବ୍ରାଉନ ସୋଡରେ ଆତ୍ମବିଶ୍ୱାସ ଭରା ନଜର ଆସୁଛନ୍ତି । ‘ଦ ବିଗ ବୁଲ’କୁ କୁକୀ ଗୁଲାଟି ଡାଇରେକ୍ଟ କରିଛନ୍ତି । ଫିଲ୍ମରେ ଲିଡ଼ ହିରୋଇନ ଇଲିୟାନ ଡ଼ିକୄଜଙ୍କ ବ୍ୟତୀତ ରାମ ପାଲ,ସୁମିତ,ନିକିତା ଦତାଏବଂ ଲେଖା ତ୍ରୀପାଠି ଏଥିରେ ଭୂମିକା ନିଭାଇଛନ୍ତି । ଫିଲ୍ମର ପ୍ରଡ୍ୟୁସର ଅଜୟ ଦେବଗନ ଏବଂ ଆନନ୍ଦ ପଣ୍ଡିତ ଅଟନ୍ତି । ଫିଲ୍ମଟି 23ଅକ୍ଟୋବର 2020ରେ ରୂପେଲି ପରଦାକୁ ଆସିବ । କୁହାଯାଉଛିକି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ଗୁରୁ ଫିଲ୍ମର ନିଭାଇଥିବା ଭୂମିକାର ଝଲକ ଦେଖିବାକୁ ମିଳିପାରେ ।

ଜୁନିୟର ବଚ୍ଚନଙ୍କ ସାଥିରେ କାମ କରିବାର ଅନୁଭବ ଉପରେ ଆନନ୍ଦ ପଣ୍ଡିତ କହିଲେ,’ଅଭିଷେକ ଆକ୍ଟିଙ୍ଗରେ କମିଟେଡ଼ ଅଟନ୍ତି । ଫିଲ୍ମ ବ୍ୟାଗ୍ରାଉଣ୍ଡ ସାଥିରେ ସମ୍ୱନ୍ଧ ହେବା କାରଣରୁ ଅଭିଷେକ ସେଟ ଉପରେ ସମସ୍ତଙ୍କର ଅରାମର ଖିଆଲ ରଖିଥାନ୍ତି । ସ୍କ୍ରିପ୍ଟକୁ ସମ୍ପୂର୍ଣ ପଢିକରି ଯାଆନ୍ତି ଏବଂ ଲୋକମାନଙ୍କର ସମୟ ବର୍ବାଦ କରନ୍ତି ନାହିଁ । ବହୁତ ଲୋକମାନଙ୍କ ପାଇଁ ଅଭିଷେକ ଏକ ଉଦାହରଣ ଅଟନ୍ତି । ପ୍ରଡ୍ୟୁସର ତାଙ୍କ ସାଥିରେ କାମ କରିବାର ଇଛା ରଖିଥାନ୍ତି ।’


ସେୟାର କରନ୍ତୁ