ବସ୍ତୁ ତ୍ୟାଗ କରିଦେଲେ ମୁକ୍ତି ମିଳେ ନାହିଁ, ଇଚ୍ଛା ତ୍ୟାଗ କଲେ ହିଁ ମୁକ୍ତି ମିଳେ ।
କୌଣସି ପଦାର୍ଥକୁ ତ୍ୟାଗ କରିଦେଲେ ଆମର ଉନ୍ନତି ହେବ ସହିତ ସେହି ପଦାର୍ଥଟି ମଧ୍ୟ ପବିତ୍ର ହୋଇଯାଏ ଏବଂ ତାହାକୁ ଭୋଗ କଲେ ଆମର ପତନ ହେବା ସଙ୍ଗେ ସଙ୍ଗେ ପଦାର୍ଥ ର ବିନାଶ ଘଟେ ।
ଶରୀର ଓ ସଂସାର ଆପଣା ଛାଏ ଛାଡି ଚାଲିଯାଉଥାନ୍ତି, କିନ୍ତୁ ଏହାଦ୍ୱାରା କଲ୍ୟାଣ ହୁଏ ନାହିଁ । ଛାଡି ଯାଉଥିବା ଜିନିଷକୁ ନିଜେ ଛାଡିଦେଲେ ଏବଂ ସେଥିରୁ ମୁଁ ଓ ମୋର ଭାବ କାଟିଦେଲେ ଯାଇ କଲ୍ୟାଣ ହୁଏ ।
ପୂର୍ଣ୍ଣତ୍ୟାଗ ସେତେବେଳେହିଁ ହୁଇଥାଏ ,ଯେତେବେଳେ ତ୍ୟାଗ ପାଇଁ ମନରେ ଲେଶମତ୍ର ଅଭିମାନ ଆସେ ନାହିଁ । ଅଭିମାନ ଆସେ ଅନ୍ତଃ କରଣରେ ତ୍ୟାଜ୍ୟ ବସ୍ତୁର ମହତ୍ୱ ଅଙ୍କିତ ହେଲେ । ଏଣୁ ବସ୍ତୁ ତ୍ୟାଗ କରିବା ଅପେକ୍ଷା ତାହାର ମହତ୍ୱ ତ୍ୟାଗ କରିବା ଶ୍ରେଷ୍ଠ ।