Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 37,975 ନୂଆ କେସ, 42 ହଜାର ଠିକ ଏବଂ 480 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଲଗାତାର କିଛି ଦିନ ହେବ କରୋନା 50 ହଜାରରୁ କମ କେସ ଦର୍ଜ କରାଯାଇଅଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା 92 ଲକ୍ଷ ପାଖାପାଖି ହୋଇଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 37,975 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 480 ଲୋକଙ୍କର ମୃତ୍ୟୁ ହୋଇଅଛି । ତେବେ ପୂର୍ବ 24 ଘଣ୍ଟାରେ 42, 314 ରୋଗୀ କରୋନାରୁ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 91 ଲକ୍ଷ 77 ହଜାର 841କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ଏକ ଲକ୍ଷ 34 ହଜାର 218 ଲୋକ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ମୋଟ ଆକ୍ଟିଭ ମାମଲା ଖସି କରି ଚାରି ଲକ୍ଷ 38 ହଜାର 667 ଲୋକଙ୍କର ଚିକିତ୍ସା ଚାଲୁଅଛି । ତେବେ ଏପର୍ଯ୍ୟନ୍ତ 86 ଲକ୍ଷ 04 ହଜାର 955 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ପୂର୍ବ 24 ଘଣ୍ଟାରେ 42 ହଜାର 314 ଲୋକ ଠିକ ହୋଇକରି ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ