Coronavirus: 24 ଘଣ୍ଟାରେ ଆସିଲା 43 ହଜାର ନୂଆ କେସ, ମୋଟ 93 ଲକ୍ଷ ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 43,082 ନୂଆ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି । ତେବେ ଏହି ସମୟ ମଧ୍ୟରେ 492 ଲୋକଙ୍କର ମୃତ୍ୟୁ ହୋଇଅଛି । ତେବେ ଭଲ ଖବର ଏହା କି ପୂର୍ବ 24 ଘଣ୍ଟାରେ 39,379 ରୋଗୀ କରୋନାରୁ ଠିକ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା 93 ଲକ୍ଷ ପାର ହୋଇଅଛି । କରୋନା ମାମଲା ବଢିବାର ସଂଖ୍ୟା ଦୁନିଆରେ ଆମେରିକା ପରେ ସବୁଠାରୁ ଅଧିକ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 93 ଲକ୍ଷ 9 ହଜାରକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ ଏକ ଲକ୍ଷ 35 ହଜାର 715 ଲୋକ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ମୋଟ ଆକ୍ଟିଭ ମାମଲା ଚାରି ଲକ୍ଷ 55 ହଜାରକୁ ଆସିଅଛି । ପୂର୍ବ 24 ଘଣ୍ଟାରେ ଆକ୍ଟିଭ କେସ ସଂଖ୍ୟା 3211 ବଢି ଅଛି । ତେବେ ଏପର୍ଯ୍ୟନ୍ତ 87 ଲକ୍ଷ 18 ହଜାର ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ପୂର୍ବ 24 ଘଣ୍ଟାରେ 39 ହଜାର 379 ଲୋକ ଠିକ ହୋଇକରି ଘରକୁ ଫେରିଛନ୍ତି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 26 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 13 କରୋଡ 70 ଲକ୍ଷ ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 11.31 ଲକ୍ଷ ସାମ୍ପୁଲ କାଲି କରାଯାଇଛି ।


ସେୟାର କରନ୍ତୁ