Indian Army Day: ଦେଶର ଯବାନମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅଟେ ବଲିଉଡର ଏହି 5ଟି ଫିଲ୍ମ, ଦେଖିବାକୁ ଭୁଲନ୍ତୁ ନାହିଁ

ଦେଶବିଦେଶ ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପ୍ରତିବର୍ଷ ଜାନୁୟାରୀ 15 ରେ ଭାରତୀୟ ସେନା ଦିବସ ପାଳନ କରାଯାଏ । 15 ଜାନୁୟାରୀ 1949 ରେ ଫିଲ୍ଡ ମାର୍ଶଲ କେ. ଏମ. କରିଅପ୍ପା ଜେନେରାଲ ଫ୍ରାନ୍ସିସ୍ ଵୋଚରଙ୍କ ଠାରୁ ଭାରତୀୟ ସେନାର କମାଣ ସମ୍ଭାଳିଥିଲେ । ସେଥିପାଇଁ ଏହି ଦିନଟିକୁ ପାଳନ କରାଯାଏ । ବଲିଉଡରେ ମଧ୍ୟ ଭାରତୀୟ ସେନା ଏବଂ ଯୁଦ୍ଧ ଉପରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଏବଂ ଏହା ମଧ୍ୟ ସ୍ମରଣୀୟ ହୋଇ ରହିଛି । ଭାରତୀୟ ସେନା ଦିବସରେ ସେନାଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକର ତାଲିକା ବହୁତ ଲମ୍ବା, କିନ୍ତୁ ଏଠାରେ ଆମେ ଶ୍ରେଷ୍ଠ 5 ଟି ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରୁଛୁ ଯାହାକୁ ନିଶ୍ଚିତ ଭାବରେ ଦେଖାଯିବା ଉଚିତ …

  1. ହକିକତ (1964)
    ଏହି ଚଳଚ୍ଚିତ୍ରଟି 1962 ଇଣ୍ଡୋ-ଚାଇନା ଯୁଦ୍ଧ ଉପରେ ଆଧାରିତ । ଯାହାର ନିର୍ଦ୍ଦେଶନା ଦେଇଥିଲେ ଚେତନ ଆନନ୍ଦ । ହକିକତରେ ଧର୍ମେନ୍ଦ୍ର, ବଲରାଜ ସାହାଣୀ, ପ୍ରିୟା ରାଜବଂଶ, ସଞ୍ଜୟ ଖାନ, ବିଜୟ ଆନନ୍ଦ, ଜୟନ୍ତ ଏବଂ ସୁଧୀର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
  2. ପ୍ରହାର (1991)
    ଏହି କାହାଣୀ ଜଣେ ମେଜରଙ୍କର ଅଟେ, ସେନାରେ ଦେଶ ସେବା କରିବା ପରେ, ଦୁର୍ନୀତିଗ୍ରସ୍ତଙ୍କ ସହ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚଳଚ୍ଚିତ୍ରଟି ନାନା ପାଟେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏଥିରେ ମୁଖ୍ୟ ଭୂମିକାରେ ହବିବ ତନିବି, ଡିମ୍ପଲ୍ କାପାଡିଆ, ମାଧୁରୀ ଦୀକ୍ଷିତ ଏବଂ ନାନା ପାଟେକର ପ୍ରମୁଖ ଅଭିନୟ କରିଥିଲେ ।
  3. ବୋର୍ଡର (1997)
    ଏହି ଚଳଚ୍ଚିତ୍ରଟି 1971 ଲଙ୍ଗୋୱାଲ୍ ଯୁଦ୍ଧ ଉପରେ ଆଧାରିତ । ଏହାକୁ J.P. ଦତ୍ତା ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସନି ଦେଓଲ, ସୁନୀଲ ଶେଟ୍ଟି, ଜ୍ୟାକି ଶ୍ରଫ, ଅକ୍ଷୟ ଖାନ୍ନା ଏବଂ ପୁନିତ ଇସରଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି ।
  4. ଲକ୍ଷ୍ୟ (2004)
    1999 କାର୍ଗିଲ୍ ଯୁଦ୍ଧ ଉପରେ ଆଧାରିତ ଏହା ଏକ କାଳ୍ପନିକ କାହାଣୀ । ଯାହାର ନିର୍ଦ୍ଦେଶନା ଦେଇଥିଲେ ଫରହାନ ଅଖତର । ଏଥିରେ ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
  5. ଶେର୍ ଶାହା (2021)
    ଏହି ଚଳଚ୍ଚିତ୍ରଟି କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ପରମ ବୀର ଚକ୍ର ବିଜେତା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ । ବିଷ୍ଣୁବର୍ଦ୍ଧନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ଅଭିନୟ କରିଛନ୍ତି ।

ସେୟାର କରନ୍ତୁ