ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: କୌଣସି କଥାକୁ ନେଇ ମନ କଷ୍ଟ ହୋଇପାରେ । ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ । ବ୍ୟବସାୟରେ ପ୍ରଗତି ହେବାର ସମ୍ଭାବନା ରହିଛି । ପ୍ରେମରେ ସଫଳତା ମିଳିବ ।

ବୃଷ: ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ଅଚାନକ ଧନଲାଭ ହେବାର ସମ୍ଭାବନା । ଦୀର୍ଘ ଦିନରୁ ପରିବାରରେ ଲାଗି ରହିଥିବା ମତଭେଦ ଦୂର ହୋଇପାରେ ।

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦ ସମାଧାନର ବାଟ ଖୋଲିପାରେ । ଆଶା ପୂରଣ ହୋଇପାରେ ଏବଂ କିଛି ନୂଆ କରିବାର ସୁଯୋଗ ମିଳିପାରେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।

ସି˚ହ: ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି । ପ୍ରେମରେ ସତେଜତା ଅନୁଭବ କରିବେ ।

କନ୍ୟା: କୌଣସି କଥାରେ ଭାବ ପ୍ରବଣ ହୁଅନ୍ତୁ ନାହିଁ । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ସାବ୍ୟସ୍ତ ହେବ । ଲାଗି ରହିଥିବା ସମସ୍ୟା ଦୂର ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ପ୍ରେମ ପ୍ରସଙ୍ଗରେ ମଧୁରତା ବଢିବ ।

ବିଛା: ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ଆପଣ ଚିନ୍ତା କରିଥିବା କାମ ଆପଣଙ୍କର ପୁରା ହୋଇପାରେ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

ମକର: ଚାକିରିଆଙ୍କୁ ଖୁସି ଖବର ମିଳିବ । ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: ଆଜି ଦିନରେ ଟିକେ ଜଗି ରଖି ଚାଲନ୍ତୁ । ଅଧୁରା କାମ ପୂରା ହେବ । ବେପାରରେ ଉଚିତ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ ।


ସେୟାର କରନ୍ତୁ