ଫିଲ୍ମ ‘କୁଲି ନଂ- ୱାନ’ର ନୂଆ ଗୀତ ‘ହୁସ୍ନ ହେ ସୁହାନା’ ହେଲା ରିଲିଜ, ରୋମାଣ୍ଟିକ ଅନ୍ଦାଜରେ ଦେଖାଦେଲେ ବରୁଣ-ସାରା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ ‘କୁଲି ନଂ- ୱାନ’ର ଏକ ନୂଆ ଗୀତ ରିଲିଜ ହୋଇଛି । ଗୀତଟି ରିଲିଜ୍ ପରେ ହିଁ ଇଣ୍ଟରନେଟରେ ବହୁତ ଟ୍ରେଣ୍ଡ କରୁଛି । ଏହି ଗୀତରେ ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କର ଅନେକ କାତିଲାନା ଅନ୍ଦାଜ ଦେଖିବାକୁ ମିଳୁଅଛି । ଏହି ଗୀତର ଲିରିକ୍ସ ସମୀର ଅଞ୍ଜାନଙ୍କଠାରୁ ଆସିଛି ଏବଂ ଏହି ଗୀତକୁ ଚନ୍ଦନା ଦୀକ୍ଷିତ ଏବଂ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଆୱାଜ ଦେଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…..

ସାରା ଅଲି ଖାନ ଏବଂ ବରୁଣ ଧାୱନ ମଧ୍ୟ ‘ହୁସ୍ନ ହେ ସୁହାନା’ ଗୀତରେ ବହୁତ ଖୁବ ଧମାକାଦାର ଡ୍ୟାନ୍ସ କରିଛନ୍ତି ଏବଂ ଅଲଗା ଅଲଗା ସ୍ଥାନରେ ସୁଟିଂ କରାଯାଇଛି । ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କହିବାକି 1995 ମସିହାରେ ଆସିଥିବା ଫିଲ୍ମ ‘କୁଲି ନଂ- ୱାନ’ର ଗୀତକୁ ରିକ୍ରିଏଟ କରି ବନାଯାଇଅଛି । 1995 ମସିହାରେ ଫିଲ୍ମ ‘କୁଲି ନମ୍ବର-1’ରେ ଗୋବିନ୍ଦା ଏବଂ କରିସ୍ମା କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।

ଗୋବିନ୍ଦା ଏବଂ କରିସ୍ମାଙ୍କ ଗୀତରେ ଉଭୟଏମିତି ନାଚିଥିଲେ ଯେ ଯାହା ସମସ୍ତେ ଏହି ଗୀତରେ ଝୁମିବାକୁ ଆରମ୍ଭ କରିଥିଲେ । 25 ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଗୀତରେ କରିସ୍ମା କପୁରଙ୍କର ଟିପିକଲ ଡ୍ୟାନ୍ସ ଷ୍ଟାଇଲ ଦେଖିବାକୁ ମିଳିଥିଲା ​​। ନିକଟରେ ରିଲିଜ୍ ହୋଇଥିବା ଗୀତ ବିଷୟରେ କହିବାକୁ ଗଲେ ବରୁଣ ଧାୱନ ଏବଂ ସାରା ଅଲି ଖାନଙ୍କୁ ଏହି ଗୀତରେ ମଧ୍ୟ ଟିପିକଲ ଡ୍ୟାନ୍ସ ଷ୍ଟାଇଲ ଦେଖିବାକୁ ମିଳୁଛି । ଗୀତରେ ବରୁଣ ଧାୱନଙ୍କ ଅଭିନୟ ଦେଖି ଗୋବିନ୍ଦାଙ୍କୁ ସ୍ମରଣ କରାଯାଇପାରେ । ସମ୍ପୂର୍ଣ ଗୀତରେ ସାରା ଅଲି ଖାନ ଏବଂ ବରୁଣ ଧାୱନଙ୍କ ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳୁଅଛି ।


ସେୟାର କରନ୍ତୁ