INLD ବିଧାୟକ ଅଭୟ ଚୌତାଲାଙ୍କ ଇସ୍ତପାକୁ ସ୍ୱିକାର କଲେ ସ୍ପିକର, କୃଷି କାନୁନ୍କୁ କରୁଛନ୍ତି ବିରୋଧ

ଦେଶବିଦେଶ
ସେୟାର କରନ୍ତୁ

ଚଣ୍ଡୀଗଡ଼ : ଇଣ୍ଡିଆନ ନେସନାଲ ଲୋକ ଦଳ (INLD) ବିଧାୟକ ଅଭୟ ସିଂହ ଚୌତାଲାଙ୍କ ଇସ୍ତଫା ହରିୟାଣା ବିଧାନସଭା ବାଚସ୍ପତି ଗ୍ରହଣ କରିଛନ୍ତି । 11 ଜାନୁଆରୀରେ ଚୌତାଲା ଇସ୍ତଫା ଦେଇଥିଲେ ।

ଏହା ପରେ ସେ କହିଥିଲେ ଯେ ମୋତେ କୁରସି ନୁହେଁ ମୋ ଦେଶର ଚାଷୀ ଖୁସି ହେବା ଚାହୁଁଛି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏହି କଳା କାନୁନ ବିରୁଦ୍ଧରେ ମୋ ନିର୍ବାଚନମଣ୍ଡଳୀରେ ଥିବା ଲୋକମାନଙ୍କ ମଧ୍ୟରେ ସ୍ୱାକ୍ଷର କରି ମୋର ଇସ୍ତଫା ପତ୍ର କୃଷକମାନଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଆଶା କରୁଛି ଦେଶର ପ୍ରତ୍ୟେକ କୃଷକ ପୁଅ ରାଜନୀତିଠାରୁ ଉର୍ଦ୍ଧ୍ୱରେ ଆସି କୃଷକମାନଙ୍କ ସହିତ ଆସିବେ । ”

ଅଭୟ ଚୌତାଲା ହେଉଛନ୍ତି ହରିୟାଣାର ଉପମୁଖ୍ୟମନ୍ତ୍ରୀ ତଥା ଜନ ନାୟକ ଜନତା ପାର୍ଟି (ଜେଜେପି) ର ସଭାପତି ଦୁଶନ୍ତ ଚୌତାଲାଙ୍କ ଚାଚା ଅଟନ୍ତି । କହିବାକି କୃଷକ ସଂଗଠନ ଗତ 63 ଦିନ ଧରି ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି । ଏହି କୃଷକମାନେ ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି ।

ଗଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ ନେଇଥିଲେ ଏବଂ ଏହି ସମୟରେ କେତେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀ ପୋଲିସର ସୂଚନାନୁସାରେ ଏହି ସଂଘର୍ଷରେ 300 ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି ।


ସେୟାର କରନ୍ତୁ