ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାର ହେଲା ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହ, ଖୋଜା ଚାଲିଛି ଡେଥ୍ ମିଷ୍ଟ୍ରି

ଦେଶବିଦେଶ
ସେୟାର କରନ୍ତୁ

କୋଲକାତା: ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମରୁ ଜଣେ ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଅଭିନେତ୍ରୀ ଜଣଙ୍କ ହେଲେ ପାୟଲ ଚକ୍ରବର୍ତ୍ତୀ । ତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଡେଥ୍ ମିଷ୍ଟ୍ରି ଉପରେ ପରଦା ହଟେଇବା ପାଇଁ ଚଳାଇଛି ଜୋରଦାର ତନାଘନା । ଇତିମଧ୍ୟରେ ବ୍ୟବଚ୍ଛେଦ ଲାଗି ତାଙ୍କ ମୃତ ଶରୀରକୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ପାୟଲ ବୁଧବାର ଗ୍ୟାଙ୍ଗଟକ ଯାଇଥାଆନ୍ତେ । ତେଣୁ ଗୋଟିଏ ଦିନ ପୁର୍ବରୁ (ମାନେ ମଙ୍ଗଳବାର) ସେ ସିଲିଗୁଡ଼ିର ଏକ ହୋଟେଲରେ ରୁମ୍ ନେଇ ରହିଥିଲେ । ଗତକାଲି ସେ ହୋଟେଲ ରୁମ ଛାଡିନଥିବାରୁ ହୋଟେଲ ଷ୍ଟାଫ ତାଙ୍କୁ ଡାକିଥିଲେ । ହେଲେ ରୁମରୁ କୌଣସି ଉତ୍ତର ନଆସିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଚିଂ ପାୟଲଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।

ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଫିଲ୍ମ ଲାଇନ ହେଉ କି ଟେଲିଭଜନ୍ ଶୋ’ ପାୟଲ ସବୁଥିରେ ଅଭିନୟ କରିଛନ୍ତି । ତାଙ୍କର ଏକ ସନ୍ତାନ ଥିବା ମଧ୍ୟ ଶୁଣିବାକୁ ମିଳିଛି ।


ସେୟାର କରନ୍ତୁ