ନବମ ଏବଂ ଏକାଦଶ ପିଲା ଫେବୃୟାରୀ 8ରୁ ପାଠ ପଢିବେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି । ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇସାରିଥିଲା ବେଳେ ଏବେ ଫେବୃୟାରୀ 8 ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କର ପାଠପଢ଼ା ହେବ । କରୋନା କାରଣ ପାଇଁ ଦୀର୍ଘ 9 ମାସ ପରେ କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ ।

ଫେବୃୟାରୀ 8ରୁ ଏପ୍ରିଲ 30 ଯାଏ କ୍ଲାସ ଚାଲୁରହିବ । ଏ ନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦିଆଯାଇଛି । ତେବେ ପାଠପଢା ସମୟରେ ପିଲାମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ । ସାମାଜିକ ଦୂରତା ସହ ପିଲାମାନେ ଗୃହ ଭିତରେ ବସିବେ ବୋଲି କୁହାଯାଇଛି ।

9ମ ଏବଂ 11ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଶନିବାର ସକାଳ 8.30ରୁ 10.30 ପର୍ଯ୍ୟନ୍ତ ହେବ ଏବଂ ରବିବାର ବନ୍ଦ ରହିବ । ପୂର୍ବ ସୂଚି ଅନୁସାରେ 10ମ ଏବଂ 12ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ । ତେବେ 10ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ 11ଟାରୁ 4ଟା ପର୍ଯ୍ୟନ୍ତ ହେବ ।


ସେୟାର କରନ୍ତୁ