ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ପଦ୍ମପୁର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ ଙ୍କ ସମେତ ସୁଶାନ୍ତ ସିଂ, ସ୍ନେହାଙ୍ଗୀନ ଛୁରିଆ ଏବଂ ପ୍ରଫୁଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ବର୍ଷା ସିଂ ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ କନ୍ୟା । ସେ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ । ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ବର୍ଷା ସିଂ ବରିହା ଆଜି ଶପଥ ପାଠ ନେଇଛନ୍ତି ।


ସେୟାର କରନ୍ତୁ