ଏହି ଗୀତ ସୁଟିଂ ସମୟରେ ପିଡାରେ ଛଟପଟ ହେଉଥିଲେ ନୋରା ଫତେହି, ପଢନ୍ତୁ ଏମିତି କଣ ପାଇଁ ହେଇଥିଲା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡରେ ‘ଡ୍ୟାନ୍ସ କୁଇନ୍’ ଭାବରେ ଜଣାଶୁଣା ପ୍ରସିଦ୍ଧ ନୋରା ଫତେହିଙ୍କୁ ଆଜି କୌଣସି ପରିଚୟ ଦେବାର ଦରକାର ନାହିଁ । ଖୁବ୍ କମ୍ ସମୟ ମଧ୍ୟରେ ନୋରା ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅବଶ୍ୟ ଆଜି ନୋରା ଯେଉଁଠାରେ ଅଛନ୍ତି, ସେଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା । ଆଜି ଆମେ ନୋରାଙ୍କ ଏପରି ଏକ ସଂଘର୍ଷର କାହାଣୀ ଆପଣଙ୍କ ସହ ସେୟାର କରିବାକୁ ଯାଉଛୁ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଏହି ପୁରା ଘଟଣା ଫିଲ୍ମ ‘ମରଜାୱା’ ସହିତ ଜଡିତ । ଏହି ଫିଲ୍ମରେ ନୋରା ଉପରେ ଏକ ଗୀତ ‘ପ୍ୟାର୍ ଦୋ ପ୍ୟାର୍ ଲୋ’ ସୁଟିଂ କରାଯାଉଥିଲା । ଖବର ଅନୁଯାୟୀ ଏହି ଗୀତ ପୂର୍ବରୁ ନୋରାଙ୍କର ମାଂସପେଶୀରେ ଖୁବ ଯନ୍ତ୍ରଣା ହୋଇଥିଲା । ସେହି ସମୟରେ ଏମିତି ସ୍ଥିତି ପହଞ୍ଚିଥିଲା କି ନୋରା ଠିକରେ ଚାଲିପାରୁ ନଥିଲେ କିନ୍ତୁ ତଥାପି ସେ ନିଜର ପାଦରେ ବ୍ୟାଣ୍ଡେଜ୍ ବାନ୍ଧି ଡ୍ୟାନ୍ସ ରିହର୍ସାଲ କରିଥିଲେ ।

କୁହାଯାଏ ଯେ ଏହି ଗୀତର ସୁଟିଂ ସମୟରେ ନୋରାଙ୍କୁ ହିଲ୍ ପିନ୍ଧାଯାଇଥିଲା ଏବଂ ଏତେ ଉଚ୍ଚ ହିଲ୍ ପିନ୍ଧି ନୋରା ଡ୍ୟାନ୍ସ କରିବା ବେଳେ ତାଙ୍କ ପାଦରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା । ଏହି ସମୟରେ ନୋରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ କିନ୍ତୁ ସେ ପୁଣି ମଧ୍ୟ ଏହି ସୁଟିଂ ଶେଷ କରିଥିଲେ ଏବଂ ଫଳାଫଳ ସମସ୍ତଙ୍କ ସାମ୍ନାରେ । ନୋରାଙ୍କ ଉପରେ ଫିଲ୍ମୟା ଏହି ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ 23 କୋଟିରୁ ଅଧିକ ଥର ଦେଖାଯାଇଛି ।


ସେୟାର କରନ୍ତୁ