ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ପ୍ରିୟଙ୍କା ଚୋପ୍ରାଙ୍କ ଘରେ ଭଡାରେ ରୁହନ୍ତି, ଏହି ବିଳାସପୂର୍ଣ୍ଣ ଘର ପାଇଁ କେତେ ଟଙ୍କା ଭଡା ଦିଅନ୍ତି ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିଜର ନୂତନ ଘର ମୁମ୍ବାଇର ପୋଶ ଅଞ୍ଚଳର ଜୁହୁରେ ବନାଇ ନେଇଛନ୍ତି । ଜ୍ୟାକଲିନ୍ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ ନେଇଛନ୍ତି । ଏହା ହେଉଛି ସେହି ଘର ଯେଉଁଠାରେ ପ୍ରିୟଙ୍କା 2018 ରେ ନିକ ଜୋନାସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ପ୍ରିୟଙ୍କା ବିଦେଶ ସ୍ଥାନାନ୍ତର ହୋଇଯିବା ପରେ ମୁମ୍ବାଇ ସ୍ଥିତ ଘରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଓ ଭାଇ ସିଦ୍ଧାର୍ଥ ରହୁଥିଲେ । କିନ୍ତୁ ଏବେ ସେମାନେ ସେଠାରେ ରହୁନାହାନ୍ତି । ପ୍ରିୟଙ୍କାଙ୍କ ମା’ ଓ ଭାଇ ବର୍ତ୍ତମାନ ୟାରୀ ରୋଡ଼ ସ୍ଥିତ ଆପାର୍ଟମେଣ୍ଟକୁ ସ୍ଥାନାନ୍ତରିତ ହୋଇଛନ୍ତି । ସେଥିପାଇଁ ପ୍ରିୟଙ୍କାଙ୍କ ଏହି ଆପାର୍ଟମେଣ୍ଟ ଖାଲି ପଡିଥିଲା । ଖାଲି ପଡିବା ପରେ ଜ୍ୟାକଲିନ ଏହି ଘରକୁ ଭଡାରେ ନେଇଥିଲେ । ଏଥିପାଇଁ ସେ ମୋଟା ଅଙ୍କର ଭଡା ମଧ୍ୟ ଦେଉଛନ୍ତି ।

ପ୍ରିୟଙ୍କାଙ୍କ ଏହି ଆପାର୍ଟମେଣ୍ଟ ପ୍ରାଇମ ଲୋକେସନରେ ଅଛି ଏବଂ ଏହି ଘରେ ସବୁ ପ୍ରକାର ସୁବିଧା ରହିଛି । ଜ୍ୟାକଲିନ ପ୍ରତି ମାସରେ 6 ଲକ୍ଷ 78 ହଜାର ଟଙ୍କା ଘର ଭଡା ଦେଉଛନ୍ତି । ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ 3 ବର୍ଷ ପାଇଁ ପ୍ରିୟଙ୍କାଙ୍କ ଏହି ଘର ଭଡା ନେଇଛନ୍ତି । ଏହି 3 ବର୍ଷରେ ଜ୍ୟାକଲିନ ପ୍ରିୟଙ୍କାଙ୍କୁ ଘର ଭଡା ବାବଦକୁ 2 କୋଟି 44 ଲକ୍ଷ 8 ହଜାର ଟଙ୍କା ଦେବେ । ତେବେ 3 ବର୍ଷ ପରେ ସେ ଏହି ଆପାର୍ଟମେଣ୍ଟରେ ରହିବେ ନା ଛାଡ଼ିବେ ତାହା ଜଣାପଡିନାହିଁ ।

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଗତ 8-9 ମାସ ହେଲା ଫିଲ ସୁଟିଂ ବନ୍ଦ ରହିଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମ ସୁଟିଂ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଜ୍ୟାକଲିନ ମଧ୍ୟ ଫିଲ୍ମ ସୁଟିଂରେ ବହୁତ ବ୍ୟସ୍ତ ଅଛନ୍ତି । ସେ ନିକଟରେ ସୈଫ ଅଲି ଖାନ ଙ୍କ ସହ ଭୁତ ପୋଲିସ ଫିଲ୍ମର ସୁଟିଂ ସାରିଛନ୍ତି । ଖୁବ ଶୀଘ୍ର ସେ ରୋହିତ ସେଟ୍ଟୀଙ୍କ ଫିଲ ସର୍କସର ସୁଟିଂ ଆରମ୍ଭ କରିବେ ।


ସେୟାର କରନ୍ତୁ