LPG ବଢିବାର ଦାମକୁ ନେଇ ପ୍ରକାଶ ରାଜ ସରକାରଙ୍କୁ କଲେ ଟାର୍ଗେଟ, କହିଲେ- ଲାଜ ଆସିବା କଥା…

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ରଷୋଇ ଗ୍ୟାସ ସିଲିଣ୍ଡର ଗତ ଚାରି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଛି । ମାର୍ଚ୍ଚ ପହିଲାରୁ ସମସ୍ତ ବର୍ଗର LPG ର ମୂଲ୍ୟ ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି କରାଯାଇଛି । ଏହାର କାରଣ ଅନ୍ତର୍ଜାତୀୟ ବଜାରରେ LPG ର ମୂଲ୍ୟ ବୃଦ୍ଧି ବୋଲି ଦର୍ଶାଯାଇଛି । ରଷୋଇ ଗ୍ୟାସ ବଢିବାର ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଆସୁଅଛି । ଏବେ ଅଭିନେତା ପ୍ରକାଶ ରାଜ ମଧ୍ୟ ଏଲପିଜି ମୂଲ୍ୟ ବୃଦ୍ଧି ବିଷୟରେ ଟୁଇଟ୍ କରିଛନ୍ତି । ପ୍ରକାଶ ରାଜ ତାଙ୍କ ଟ୍ୱିଟରେ ଏଲପିଜି ମୂଲ୍ୟ ବିଷୟରେ ଉଲ୍ଲେଖ କରି କହିଛନ୍ତି ସରକାର ଲଜ୍ଜିତ ହେବା ଉଚିତ ।

ପ୍ରକାଶ ରାଜ LPG ମୂଲ୍ୟ ବୃଦ୍ଧି ଉପରେ ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ‘ଏହା ନାଗରିକଙ୍କ ଉପରେ ଅତ୍ୟାଚାର ଅଟେ । ଏହି ସରକାରଙ୍କୁ ଲାଜ ଆସିବା କଥା । ପ୍ରକାଶ ରାଜ ଏଲପିଜି ମୂଲ୍ୟରେ ବୃଦ୍ଧି ହେବାର ଏକ ଚାର୍ଟ ମଧ୍ୟ ସେୟାର କରିଛନ୍ତି,ଯେଉଁଥିରେ ଦର୍ଶାଯାଇଛି ଯେ ଗତ ତିନି ମାସ ମଧ୍ୟରେ ସିଲିଣ୍ଡର ପିଛା ଗ୍ୟାସର ମୂଲ୍ୟ 225 ଟଙ୍କା ବୃଦ୍ଧି କରାଯାଇଛି । କହିବାକି ଗତ ଚାରି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଫେବୃଆରୀ 25 ରେ ରଷୋଇ ଗ୍ୟାସର ମୂଲ୍ୟ 25 ଟଙ୍କା ବୃଦ୍ଧି କରାଯାଇଥିଲା ।

ତେବେ ଏହାପୂର୍ବରୁ 25 ଫେବୃଆରୀରେ 25 ଟଙ୍କା, 15 ଫେବୃଆରୀରେ 50 ଟଙ୍କା ଏବଂ 4 ଫେବୃଆରୀରେ ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି କରାଯାଇଥିଲା ।


ସେୟାର କରନ୍ତୁ