ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: କଥା କୁହା ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ । ନୂଆ ନୂଆ ଆୟର ଉତ୍ସ ମିଳିବ । ସୁସମ୍ବାଦ ପ୍ରାପ୍ତ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିଛି । ପ୍ରେମରେ ସଫଳତା ମିଳିବ । ଅଚାନକ ଧନଲାଭ ହେବାର ସମ୍ଭାବନା । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: କର୍ମ ଚଞ୍ଚଳ ରହିବେ । କିଛି ନୂଆ କରିବାର ସୁଯୋଗ ମିଳିପାରେ । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

କର୍କଟ: ବାଦ ବିବାଦରେ ସମୟ ବିତିବ । କିଛି କାମ ପାଇଁ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ଭୂସ˚ପତ୍ତି କିଣିବାର ଯୋଗ ରହିଛି ।

ସି˚ହ: ମନ ପ୍ରସନ୍ନ ରହିବ । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ପାରିବାରିକ ଜୀବନ ସୁଖମୟ ହେବାର ଯୋଗ ରହିଛି ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆପଣଙ୍କର କ୍ଷମତା ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ପ୍ରଶଂସା ପାଇବେ । ଅଧୁରା କାମ ପୂରା କରିବାରେ ସକ୍ଷମ ହେବେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।

ଧନୁ: ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପ୍ରେମ ସମ୍ୱନ୍ଧରେ ଭଲ ରହିବ ।

ମକର: ଆଜି ଦିନରେ ଟିକେ ଜଗି ରଖି ଚାଲନ୍ତୁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ । ବୈବାହିକ ଜୀବନ ଖୁସିମୟ ହେବ ।

କୁମ୍ଭ: କଥାରେ କଥାରେ ମନ ମୋହି ନେବ । ଅଧୁରା କାମ ପୂରା ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।

ମୀନ: ମନ ଅଶାନ୍ତ ରହିବ । ଅଧିକ ପରିଶ୍ରମ କଲେ ଉଚିତ ଲାଭ ପାଇବେ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ବୈବାହିକ ଜୀବନ ଖୁସିମୟ ହେବ ।


ସେୟାର କରନ୍ତୁ