ପରିଣୀତି ଚୋପ୍ରା ସାଇନା ନେହୱାଲଙ୍କ ପରଛାଇ ବନିଥିବା ଦେଖାଗଲେ, ଫିଲ୍ମର ଟ୍ରେଲର ହେଲା ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର ସାଇନାରେ ନଜର ଆସିବେ। ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ବଲିଉଡରେ ସେମିତି କିଛି ସକ୍ରିୟ ନଥିଲେ । ବୋଧହୁଏ ଏହାର କାରଣ ଗତ ବର୍ଷ ଲାଗୁ ହୋଇଥିବା ଲକଡାଉନ୍ ହୋଇପାରେ । ମହିଳା ଦିବସରେ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ଟ୍ରେଲର ଆଜି ରିଲିଜ ହୋଇଛି । ଯେଉଁଥିରେ ସେ ସାଇନାଙ୍କ ଚରିତ୍ରକୁ ପୁରା ନିଭାଉଥିବା ନଜର ଆସିଛନ୍ତି । ବହୁ ପ୍ରତୀକ୍ଷିତ ଅଲିମ୍ପିକ ପଦକ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମକୁ ଅପେକ୍ଷା କରାଯାଇଥିଲା । ଫାଇନାଲି ଏହି ମାସ ଶେଷରେ ଏହି ଫିଲ୍ମ ଦେଖିବାକୁ ଦର୍ଶକ ସକ୍ଷମ ହେବେ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଟ୍ରେଲର ବିଷୟରେ କହିବାକୁ ଗଲେ, ଆରମ୍ଭରେ ସାଇନାଙ୍କ ମାତା ଭୂମିକାରେ ଅଭିନୟ କରୁଥିବା ମେଘନା ମଲିକ, ହରିୟାଣୀ ଉଚ୍ଚାରଣରେ ଏକ ସଂଳାପ ନନହିଁ ସାଇନାଙ୍କୁ କହୁଥିବାର ଦେଖାଯାଉଛି, ଯେଉଁଥିରେ ବ୍ୟାଡମିଣ୍ଟନ ଷ୍ଟାର ହେବାର ସ୍ୱପ୍ନ ଦେଖାଉଛନ୍ତି । ଅନେକ ଦୃଶ୍ୟରେ ପରିଣୀତି ଚୋପ୍ରାଙ୍କୁ ସାଇନାଙ୍କ ପରଛାଇ ଭାବରେ ଦେଖାଯାଉଅଛି । କିନ୍ତୁ ଏହି ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହ ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ଏହି ମଧ୍ୟରେ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଆଜିର ଦିନରେ ଅର୍ଥାତ୍ ମହିଳା ଦିବସରେ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ମୁଁ ସାଇନାଙ୍କ ଭୂମିକାରେ ଆସିଅଛି ।

କହିବାକି ହୋଲି ଫେଷ୍ଟିଭାଲ୍ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରୁଛି ଏବଂ ଏହି ଫିଲ୍ମ ମାର୍ଚ୍ଚ 26 ରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ । ଫିଲ୍ମ ‘ସାଇନା’ର ନିର୍ଦ୍ଦେଶନା ଦେଇଛନ୍ତି ଅମୋଲ ଗୁପ୍ତା । ଏହି ଫିଲ୍ମରେ ଅମାଲ ମଲିକଙ୍କ ମ୍ୟୁଜିକ ଶୁଣିବାକୁ ମିଳିବ, ଯିଏ କି ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ସର୍ବୋତ୍ତମ ମ୍ୟୁଜିକ ମଧ୍ୟ ଦେଇଥିଲେ ।


ସେୟାର କରନ୍ତୁ