ମଦର ଟେରେସାଙ୍କ ବାଣୀରେ ପ୍ରଭାବିତ ଓଲିଉଡ୍ ଷ୍ଟାର୍ ଆକାଶ ଦାସନାୟକ

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ଆଜି ଓଲିଉଡ୍ ଷ୍ଟାର୍ ତଥା ବିଜେଡ଼ି ନେତା ଆକାଶ ଦାସନାୟକଙ୍କ ଜନ୍ମଦିନ। ସେ ଟଙ୍କପାଣି ରୋଡ୍ ସ୍ଥିତ ‘ଶ୍ରୀକ୍ରିଷ୍ଣା ଜରାଶ୍ରମ’ର କିଛି ସଦସ୍ୟଙ୍କୁ ନେଇ ଜଗନ୍ନାଥଧାମ ପୁରୀ ବୁଲିବାକୁ ଯାଉଛନ୍ତି।ସେ ଜନ୍ମଦିନରେ ଜରାଶ୍ରମରେ ନିଜର ସମୟ ବାଣ୍ଟିଥାନ୍ତି ।ଆଜି ଆକାଶଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ପୁରୀ ଯାଇ ସେଠାରେ ତାଙ୍କ ଜନ୍ମଦିନର ଏହି ନିଆରା ସଂକଳ୍ପରେ ତାଙ୍କର ସାଥ୍ ଦେଉଛନ୍ତି।
ଜନ୍ମଦିନ ପାଳନକୁ ନେଇ ଆକାଶ କୁହନ୍ତି, କେକ୍ କଟିଂ ସେତେଟା ଜରୁରୀ ନୁହେଁ। ସମାଜର ଭିନ୍ନ ସ୍ରୋତର ଲୋକଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସହ କିଛି ସମୟ ବାଣ୍ଟିବାର ଅନୁଭୂତି ନିଆରା। ‘ଶ୍ରୀକ୍ରିଷ୍ଣା ଜରାଶ୍ରମ’ର ବୟୋଜ୍ୟେଷ୍ଠମାନଙ୍କୁ ନେଇ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ଅବଢ଼ା ଖାଇ ଆଜି ଫେରିବାର ବନ୍ଦୋବସ୍ତ ରହିଛି। ସମାଜରେ ବଡ଼ ପରିବର୍ତ୍ତନ ଆଣିବାକୁ ହେଲେ ଟିକେ ଟିକେ ଖୁସି ବାଣ୍ଟିବା ଦ୍ୱାରା ହିଁ ସମ୍ଭବ ହୋଇଥାଏ । କାହିଁକି ନା, ମଦର ଟେରେସା କହିଥିଲେ କି ‘ଯଦି ତୁମେ 100 ଜଣ ଲୋକଙ୍କୁ ଖୁଆଇ ପାରୁନ ତେବେ ଅନ୍ତତଃ ଜଣକୁ ଖୁଆଅ।’ ଆମ ଦ୍ୱାରା ଯେତିକି ହୋଇପାରିବ ସେତିକି କରିବା ଉଚିତ। ଆମେ ବ୍ୟକ୍ତିଗତ ସ୍ତରରେ ଅଳ୍ପଅଳ୍ପ କାମ କଲେ ବି ବଡ଼ ସଫଳତା ମିଳିପାରିବ।’


ସେୟାର କରନ୍ତୁ