ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିବା ପତ୍ରକାରଙ୍କୁ ପ୍ରିୟଙ୍କା ଚୋପ୍ରା ଦେଲେ ମୁହଁ ତୋଡ ଜବାବ, ସେୟାର କଲେ ନିଜର 60 ଫିଲ୍ମର ଲିଷ୍ଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବାସ୍ତବରେ ପ୍ରିୟଙ୍କାଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଦ ହ୍ୱାଇଟ ଟାଇଗର ମଧ୍ୟ ଆଡାପ୍ଟଟେଡ୍ ସ୍କ୍ରିନ୍-ପ୍ଲେ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇଥିଲା । ଏହି କଥାକୁ ନେଇ ଜଣେ ଅଷ୍ଟ୍ରେଲୀୟ ସାମ୍ବାଦିକ ପ୍ରିୟଙ୍କାଙ୍କ ଦକ୍ଷତା ଉପରେ ପ୍ରଶ୍ନ କରିଥିଲେ । ତେବେ ପ୍ରିୟଙ୍କା ମଧ୍ୟ ସେହି ସାମ୍ବାଦିକଙ୍କୁ ବହୁତ ଚମତ୍କାର ଢଙ୍ଗରେ ଜବାବ ଦେଇଛନ୍ତି । ଯାହା ପରେ ପିଟର ନିଜର ଟ୍ୱିଟକୁ ଡିଲିଟ କରିଥିଲେ ।

କହିବାକି ପ୍ରିୟଙ୍କାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିଥିବା ଏହି ସାମ୍ବାଦିକଙ୍କ ନାମ ହେଉଛି ପିଟର ଫୋର୍ଡ । ପ୍ରିୟଙ୍କାଙ୍କୁ ନେଇ ଗତକାଲି ରାତିରେ ପିଟର ଏକ ଟୁଇଟ୍ ଲେଖିଥିଲେ ଯେଉଁଥିରେ ସେ ଲେଖିଥିଲେ ଯେ ଉଭୟଙ୍କ ପ୍ରତି ଅସମ୍ମାନ ନାହିଁ, କିନ୍ତୁ ମୋତେ ଲାଗୁ ନାହିଁ ଯେ ଫିଲ୍ମରେ ତାଙ୍କର ଅବଦାନ ତାଙ୍କୁ ଓସ୍କାର ନାମାଙ୍କନ ଘୋଷଣା କରିବାରେ ସକ୍ଷମ କରେ ।

ଏଥି ସହିତ ସାମ୍ବାଦିକଙ୍କ ଏହି ପ୍ରଶ୍ନରେ କ୍ରୋଧିତ ହୋଇ ପ୍ରିୟଙ୍କା ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ଯେଉଁଥିରେ ସେ ତାଙ୍କର ସମସ୍ତ ଫିଲ୍ମର ତାଲିକା ମଧ୍ୟ ଦର୍ଶାଇଛନ୍ତି ଏବଂ ଲେଖିଛନ୍ତି ଯେ କେହି କ୍ୱାଲିଫାଇ କେମିତି ହେବ, ଏହା ଉପରେ ଆପଣଙ୍କ ବିଚାର ଜାଣିବାକୁ ଚାହୁଁଛି । ଆପଣଙ୍କ ପାଇଁ 60 ରୁ ଅଧିକ ଫିଲ୍ମର ତାଲିକା ଏଠାରେ ଅଛି ।

ଏଥି ସହିତ ସାମ୍ବାଦିକଙ୍କୁ ଦିଆଯାଇଥିବା କଡା ଉତ୍ତର ପାଇଁ ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ପ୍ରଶଂସା କରୁଛନ୍ତି । ଗଣମାଧ୍ୟମ ମଧ୍ୟ ଏହା ଉପରେ ପ୍ରିୟଙ୍କାଙ୍କୁ ବହୁତ ସମର୍ଥନ କରୁଅଛି । ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କଫ୍ରଣ୍ଟର କଥା କହିବା ତ ତାଙ୍କର ଆଗାମୀ ଫିଲ୍ମ ‘ଟେକ୍ସଟ ଫର ୟୁ’ ଅଟେ । ଯାହାର ସୁଟିଂ ଏହି ନିକଟରେ ସେ ଲଣ୍ଡନରେ ଶେଷ କରିଛନ୍ତି ।


ସେୟାର କରନ୍ତୁ