ରାଜ୍ୟରେ 84 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 338489କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଅଛି, କିନ୍ତୁ ଏବେ ମଧ୍ୟ ସଙ୍କଟ ଟଳି ନାହିଁ । ରାଜ୍ୟରେ ପୁଣି 84 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 338489କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 84 ଜଣଙ୍କ ମଧ୍ୟରୁ 49 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 35 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 338489 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 661ଟି ଆକ୍ଟିଭ କେସ୍ ରହିଅଛି ଏବଂ 335857 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେତେକ ରାଜ୍ୟରେ ଏବେ ଏହା ନିଜର କାୟା ବିସ୍ତାର କରିବାରେ ସକ୍ଷମ ହେଉଛି, ତେଣୁ ସତର୍କତା ଅବଲମ୍ବନ ଦ୍ୱାରା ହିଁ ଆମେ ଏହାକୁ ହରାଇ ପରିବା ।


ସେୟାର କରନ୍ତୁ