Coronavirus: 24 ଘଣ୍ଟାରେ ସମ୍ନାକୁ ଆସିଲା 3 ଲକ୍ଷ 46 ହଜାରରୁ ଅଧିକ ନୂଆ ମାମଲା, 2624 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ମାମଲା ରେକର୍ଡ ସଂଖ୍ୟକ ବଢ଼ିବାରେ ଲାଗିଅଛି । ଏହା ଦେଶରେ ଥମିବାର ନାଁ ଧରୁନାହିଁ ବରଂ ହୁ ହୁ ହୋଇ ବଢ଼ିବାରେ ଲାଗିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 3 ଲକ୍ଷ 46 ହଜାର 786 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 2624 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 19 ହଜାର 838 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 3,46,786
ଏପର୍ଯ୍ୟନ୍ତ ମୋଟ ମାମଲା -1,66,10,481

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 2,19,838
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -1,38,67,997

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2624
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 1,89,544

ମୋଟ ଆକ୍ଟିଭ କେସ- ପଚିଶି ଲକ୍ଷ 52 ହଜାର 940

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 23 ଏପ୍ରିଲ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 27 କୋଟି 61 ଲକ୍ଷ 99 ହଜାର 222 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 17,53,569 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ