Coronavirus: 24 ଘଣ୍ଟାରେ ପ୍ରଥମ ଥର 4 ହଜାରୁ ଅଧିକ ମୃତ୍ୟୁ, 24 ଘଣ୍ଟାରେ ସମ୍ନାକୁ ଆସିଲା 4 ଲକ୍ଷ 1 ହଜାର ନୂଆ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ଭାଇରସ ପୁଣି ଥରେ ନିଜର ପାଦ ପ୍ରସାରିତ କରିବାରେ ଲାଗିଅଛି ଏବଂ ମୃତ୍ୟୁ ମାମଲା ମଧ୍ୟ ଦିନକୁ ଦିନ ବଢୁଅଛି । ପ୍ରଥମ ଥର ଭାରତରେ ଚାରି ହଜାରରୁ ଅଧିକ ମୃତ୍ୟୁ ମାମଲା ସାମ୍ନାକୁ ଆସିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 4 ଲକ୍ଷ 01 ହଜାର 078 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 4187 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 18 ହଜାର 609 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 2 କୋଟି 18 ଲକ୍ଷ 92 ହଜାର 676କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 2 ଲକ୍ଷ 38 ହଜାର 270 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ ଏକ କୋଟି 79 ଲକ୍ଷ 30 ହଜାର 960 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 37 ଲକ୍ଷ 23 ହଜାର 446 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 7 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 30 କୋଟି 04 ଲକ୍ଷ 10 ହଜାର 043 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 18 ଲକ୍ଷ 08 ହଜାର 344 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ