ରାଜ୍ୟରେ ସୁସ୍ଥ ହେଲେ 10781 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 502455

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 10 ହଜାର 781 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 5 ଲକ୍ଷ 02 ହଜାର 455ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଆଜି 11805 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 10781 ସୁସ୍ଥ ହୋଇଛନ୍ତି । କରୋନା ଚିହ୍ନଟ ସଂଖ୍ୟା ଏବଂ ସୁସ୍ଥ ସଂଖ୍ୟା ଏକ ସମାନ୍ତରାଳ ଦିଗକୁ ଗତି କରୁଥିବାରୁ ଏହା ରାଜ୍ୟ ପାଇଁ ଏକ ଆସ୍ବସ୍ତିକର ଖବର ।


ସେୟାର କରନ୍ତୁ