ରାଜ୍ୟରେ ସୁସ୍ଥ ହେଲେ 11821 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 526353

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଦୈନିକ ସଂକ୍ରମଣ ପ୍ରାୟ ଦଶ ହଜାର ଉପରକୁ ରହୁଅଛି । ସେହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ଏକ ସମାନ୍ତରାଳ ଗତି ଦେଇ ଚାଲୁଅଛି । ଆଜି ରାଜ୍ୟରେ 11 ହଜାର 821 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 526353ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।


ସେୟାର କରନ୍ତୁ