ହିମେଶ ରେଶମିଆ ପ୍ରଶଂସକଙ୍କୁ ଦେଲେ ଆଉ ଏକ ଉପହାର, Surroor 2021 Title Track ରିଲିଜ୍ ସହିତ ହେଲା ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିଆ ବର୍ଷ 2006 ମସିହାରେ ପ୍ରସିଦ୍ଧ ଗୀତ ‘ଆପ୍ କା ସୁରୁର୍’କୁ ପ୍ରାୟ ସମସ୍ତେ ମନେ ରଖିଥିବେ । ଏହି ଗୀତ ଲଞ୍ଚ ହେବାକ୍ଷଣି ଖୁବ ଧମାଲ ମଚେଇ ଥିଲା ​​। ଏହି ଜବରଦସ୍ତ ଗୀତ ଏତେ ହିଟ୍ ହୋଇଥିଲା ଯେ ଏହି ଗୀତର ଲିରିକ୍ସ ସମସ୍ତଙ୍କ ଜିଭରେ ଥିଲା । କିନ୍ତୁ ଏବେ ଗାୟକ ନିଜର ପ୍ରଶଂସକଙ୍କୁ ଆଉ ଏକ ଉପହାର ଦେଇଛନ୍ତି ।

ହିମେଶ ରେଶମିଆ ଦୀର୍ଘ ଦିନ ପରେ ନିଜର ନୂତନ ଆଲବମ୍ ଗୀତ ରିଲିଜ୍ କରିଛନ୍ତି, ଯାହାର ନାମ “ସୁରୁର୍ ତେରା ହୋ ଗୟା” । ଏହି ଗୀତକୁ ଆଜି କିଛି ସମୟ ପୂର୍ବରୁ ହିମେଶ ରେଶମିଆ ନିଜର ୟୁଟ୍ୟୁବ ଚ୍ୟାନେଲ ହିମେଶ ରେଶମିଆ ମେଲୋଡିରେ ଲଞ୍ଚ କରିଛନ୍ତି । ଯାହା ଏପର୍ଯ୍ୟନ୍ତ 10 ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ପଚାଶ ହଜାର ଲୋକ ମଧ୍ୟ ଲାଇକ ବଟନ୍ ଦବାଇ ନିଜ ଭଲ ପାଇବାକୁ ପ୍ରକାଶ କରିଛନ୍ତି । ଏତେ କମ୍ ସମୟ ମଧ୍ୟରେ “ସୁରୁର୍ 2021 ଟାଇଟଲ୍ ଟ୍ରାକ୍” ର ସଫଳତା ଦେଖି, ଲାଗୁଛି ଯେ ହିମେଶଙ୍କ ଯାଦୁ ଏବେ ବି ହ୍ରାସ ପାଇନାହିଁ ।

ଏଠାରେ ଦେଖନ୍ତୁ ଭିଡ଼ିଓ…..

ଏହି ଗୀତର ପ୍ରଥମ ଲୁକ୍ ପୋଷ୍ଟର ହିମେଶ ନିଜର ଇନଷ୍ଟାଗ୍ରାମରେ 9 ଜୁନ୍ ରେ ପୋଷ୍ଟ କରିଥିଲେ । ଆଉ ଏହାକୁ ମଧ୍ୟ ବହୁତ ଭଲ ରିସ୍ପନସ ମିଳିଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ହିମେଶଙ୍କ ଏହି ପୋଷ୍ଟରେ ନିଜର ଭଲ ପାଇବା ଅଜାଡି ଦେଇଥିଲେ । କହିବାକି, ହିମେଶ ଗୀତରେ ନିଜର ପୂର୍ବ ଷ୍ଟାଇଲରେ ଦେଖାଯାଉଛନ୍ତି । ସେ ସେହି ସମାନ କ୍ୟାପ୍ ଏବଂ କଳା ଚଷମା ପିନ୍ଧିଛନ୍ତି ଏବଂ ଏଥର ଉଦିତି ସିଂହ ତାଙ୍କ ସହ ଯୋଡି ହୋଇଛନ୍ତି ।

କହିବାକି, ଗୀତରେ ଲିରିକ୍ସ, ସଙ୍ଗୀତ, ଭିଡିଓ ନିର୍ଦ୍ଦେଶନା ଏବଂ ଗୀତ ଗାଇବା ହିମେଶ ରେଶମିଆଙ୍କ ଦ୍ୱାରା ହୋଇଛି । ପ୍ରଶଂସକଙ୍କ ପାଇଁ ଡବଲ୍ ଟ୍ରିଟ୍ ଭଳି ଏହି ଭିଡିଓରେ ସେ ନିଜେ ମଧ୍ୟ ନଜର ଆସିଛନ୍ତି ।


ସେୟାର କରନ୍ତୁ