ନିଜର କୁକୁର ସାଙ୍ଗରେ କୃତି ସେନନ ବିତାଉଛନ୍ତି ଫୁରସତ ସମୟ,ଇନଷ୍ଟାଗ୍ରାମରେ ଭିଡ଼ିଓ କଲେ ସେୟାର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଅଭିନେତ୍ରୀ କୃତି ସେନନ ପାଳିଥିବା କୁକୁର ଇଣ୍ଟରନେଟରେ ଲୋକଙ୍କର ହୃଦୟ ଜିତୁଅଛି । କୃତି ସେନନ ଏହାର ନାମ ଡିସ୍କୋ ଏବଂ ଫେବି ରଖିଛନ୍ତି । ଏହାର ଫଟୋ ଏବଂ ଭିଡିଓକୁ ସବୁବେଳେ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । କ୍ଵାରିଣ୍ଟିନର ଏହି ସମୟରେ କୃତିଙ୍କର ବେଶି ସମୟ ଏହାଙ୍କ ସାଥିରେ ବିତୁଅଛି । ମଙ୍ଗଳବାରରେ କୃତି ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ କୃତିଙ୍କୁ ତାଙ୍କ ସାଥିରେ ଖେଳୁଥିବା ଏବଂ ସେ ତାକୁ ପୁଚକାର କରୁଥିବା ଦେଖାଯାଉଛନ୍ତି । ସେ ମଧ୍ୟ ଅଭିନେତ୍ରୀଙ୍କ ସାଥିରେ ଦେଖାଯାଉଥିବାର ନଜର ଆସୁଛନ୍ତି ।

ଲୋକମାନଙ୍କୁ ଏହି ଭିଡ଼ିଓ ଖୁବ ପସନ୍ଦ ଆସୁଅଛି । ଜଣେ କମେଣ୍ଟ କରିଛନ୍ତି,’ବହୁତ କ୍ୟୁଟ’ ତାଙ୍କର ଆଉ ଜଣେ ପ୍ରଂଶସଙ୍କ ଲେଖିଲେ ,’ତୁମର କୁକୁର ବହୁତ ପ୍ୟାରୀ ଅଟେ ।’ ଏହି ଭିଡିଓକୁ ଏପର୍ଯ୍ୟନ୍ତ 818,283 ଥର ଦେଖାଯାଇସାରିଲାଣି । ଲକଡାଉନରେ ଏହି ସମୟରେ କୃତି ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି ଏବଂ ସେ ସବୁବେଳେ ନିଜର ପ୍ରତିଦିନ ଜୀବନର ଝଲକକୁ ନିଜ ପ୍ରଂଶସଙ୍କ ସାମ୍ନାକୁ ଆଣୁଛନ୍ତି ।

ଲକଡାଉନର ଏହି ସମୟରେ ବଲିଓଡ଼ ଷ୍ଟାର ମାନେ ନିଜର ଖାଲି ସମୟକୁ ବହୁତ ସଦୁପଯୋଗ କରୁଛନ୍ତି ଏବଂ ଜୀବନ ସହ ଯୋଡ଼ା ଥିବା ଜିନିଷକୁ ସୋସିଆଲ ମିଡିଆରେ ପ୍ରଂଶସଙ୍କ ସାଙ୍ଗରେ ବାଂଟୁଛନ୍ତି ତେଣୁ ତାଙ୍କର ପ୍ରଂଶସଙ୍କ ମଧ୍ୟ ଏହି ସମୟରେ ବୋର ନହୋଇ ସୁଖ ଓ ଖୁସିରେ କିଛି ସମୟ ବିତାଇ ପାରିବେ । ବଲିଓଡ଼ ଅଭିନେତ୍ରୀ କୃତି ସେନନ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଏମିତି ପୋଷ୍ଟ ସେୟାର କରିଥିଲେ, ଯାହା ତୁମର ହୃଦୟକୁ ଛୁଇଁଯିବ ।

ତେବେ କୃତି ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କର ଭଉଣୀ ଏବଂ ଗାୟିକା ନୁପୁର ସେନନ ନିଜ ଘରେ ମୋଭ ଚେୟାରରେ ବସି ଏକ କବିତା ଶୁଣାଉଥିବାର ନଜର ଆସୁଛନ୍ତି । ଏହି କବିତାର ଖାସିୟତ ଏହା କି ଏହାକୁ ନୁପୁର ସେନନ ଲେଖିଥିଲେ ।


ସେୟାର କରନ୍ତୁ